ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ 'ଦୁଲଦୁଲି' ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ 'ଦୁଲଦୁଲି' ପାଳନ ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧୁକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ, ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ଏସ ଡି ପି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ୧.୧.୨୦୨୩ରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯିବା ପାଇଁ ବୈଠକରେ ସ୍ଥିର କରାଗଲା। ଏହି ଅବସରରେ ମଙ୍ଗଳ ବଜାରସ୍ଥିତ ଅଡିଟୋରିଅମ୍ ଠାରେ ରକ୍ତଦାନ ଶିବିର ,କବିତା ପାଠୋତ୍ସଵ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧୁକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ, ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ଏସ ଡି ପି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ୧.୧.୨୦୨୩ରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯିବା ପାଇଁ ବୈଠକରେ ସ୍ଥିର କରାଗଲା। ଏହି ଅବସରରେ ମଙ୍ଗଳ ବଜାରସ୍ଥିତ ଅଡିଟୋରିଅମ୍ ଠାରେ ରକ୍ତଦାନ ଶିବିର , କବିତା ପାଠୋତ୍ସଵ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଜାନୁଆରୀ ୧୪ରୁ ୧୮ତାରିଖ ପାଞ୍ଚ ଦିନ ବ୍ୟାପୀ ସରବାହାଲସ୍ଥିତ
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ମହୋତ୍ସବ 'ଦୁଲଦୁଲି' ଅନୁଷ୍ଠିତ ହେବ । ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପାଞ୍ଚ ଦିନ ମଧ୍ୟରେ ପଲ୍ଲିଶ୍ରୀ ମେଳାର ଆୟୋଜନ ସହ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଷ୍ଟଲର ଆୟୋଜନ କରାଯିବ । ମହୋତ୍ସବ ଉପଲକ୍ଷେ ସ୍ମରଣିକା ପ୍ରକାଶନ ପାଇଁ ଆଲୋଚନା କରାଯାଇଥିଲା । ଏଥି ସକାଶେ ବିଭିନ୍ନ ଲେଖକ/ ଲେଖିକାମାନଙ୍କ ନିକଟରୁ ଗବେଷଣା ଭିତ୍ତିକ, ଲେଖାମାନ ଆହ୍ୱାନ କରାଯିବାକୁ ସ୍ଥିର କରାଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ତାପସ ରାୟ ଚୌଧୁରୀ ବିଗତ ବର୍ଷର ଆୟ ବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ। ମହୋତ୍ସବକୁ ସୂଚାରୁ ରୂପେ ପାଳନ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ମହୋତ୍ସବ କମିଟି ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ ।
0 Comments