ମାଣ୍ଡିଆ ଦିବସ ସଚେତନତା ରଥର ଜିଲ୍ଲା ପରିକ୍ରମା ।


 ମାର୍ଗଶିର ପ୍ରଥମ ଗୁରୁବାରକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମାଣ୍ଡିଆରେ ଶରୀରର ବହୁ ଉପକାରୀ ଗୁଣ ଥିବା ଏବଂ ସାଂସ୍କୃତିକ ପ୍ରାଧାନ୍ୟ ଯୋଗୁଁ ଏହି ପୁଷ୍ଟି ଶସ୍ୟର ପ୍ରଚାର ପ୍ରସାର ଦିଗରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗ ଧାଡ଼ିର ରାଜ୍ୟ ଭାବେ ଓଡିଶା ପରିଗଣିତ ହୋଇଛି । UN General Assembly ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ  ମିଲେଟ ବର୍ଷ ଭାବେ ଘୋଷଣା କରିଛନ୍ତି । ଏହି ବର୍ଷ ମାର୍ଗଶିର ପ୍ରଥମ ଗୁରୁବାର ୧୦ ତାରିଖ ପଡ଼ୁଥିବାରୁ ପ୍ରତେକ ବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି ।  ଆସନ୍ତା ୧୦ ତାରିଖ ଦିନ  ମାଣ୍ଡିଆ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳନ କରାଯିବା ନେଇ ସ୍ଥିର କରାଯାଇଛି । ଏହି ମାଣ୍ଡିଆ ଦିବସର ପ୍ରଚାର ପ୍ରସାର ଓ  ଜିଲ୍ଲାବାସୀଙ୍କୁ  ସଚେତନ କରିବା ପାଇଁ ଗତ ୭ ତାରିଖରେ  ପାଞ୍ଚଟି ମିଲେଟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଦଘାଟିତ ହୋଇଛି । ଉକ୍ତ ରଥ ଗୁଡିକ ପ୍ରତେକ ଗାଁକୁ ଯାଇ ମାଣ୍ଡିଆର ଉପକାରିତା ସମ୍ପର୍କରେ  ଲୋକମାନଙ୍କୁ  ସଚେତନ କରାଇବ । ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ  ଉପ ଜିଲ୍ଲପାଳ ଦୟାମୟ ପାଢ଼ୀ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ  ।କାର୍ଯ୍ୟକ୍ରମରେ ଡିପିଡି (ଆତ୍ମା) ଧିରେନ୍ଦ୍ର ସିଂ ବରିହା ,ମିଲେଟ ମିଶନ ଯୋଜନା ଅଧିକାରୀ  ସୁପ୍ରୀତି ମାଝୀ,ମିଲେଟ ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ  ଟିକେଶ୍ଵର ବେହେରା , ହିସାବ ରକ୍ଷକ ସ୍ଵର୍ଣ୍ଣଲତା ବିଶ୍ବାଳଙ୍କ ସମେତ ସ୍ବେଛାସେବୀ ଅନୁଷ୍ଠାନ ଆଜକା ,ସେବକ ,ସେଵା ର କର୍ମକର୍ତ୍ତା ଓ ସଭ୍ୟ ଯୋଗ ଦେଇ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done