ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ


 ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ଶାଖା ମିଳିତ ଆନୁକୂଲ୍ୟରେ ଜିଲ୍ଲା ଖଣିଜ 

ପାଣ୍ଠି ପ୍ରେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଦେଶ ପ୍ରଗତିରେ ଦୁର୍ନୀତି ମୁଖ୍ୟ ପ୍ରତିବନ୍ଧକ ଓ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ଓ ସଚେତନତା ହିଁ ଦୁର୍ନୀତି ହ୍ରାସ କରିପାରିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଦୁର୍ନୀତି ନିବାରଣ କ୍ଷେତ୍ରରେ ଫାଇଭ ଟି ଓ ମୋ ସରକାରର ଭୂମିକା ସମ୍ପର୍କରେ ମୁଖ୍ୟ ଅତିଥି ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ ଦିଗରେ ସମସ୍ତଙ୍କ ଆନ୍ତରିକ ପ୍ରଚେଷ୍ଟାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି ସପ୍ତାହ ପାଳନ ଅବସରରେ  ଚଳିତ ବର୍ଷର ଆଲୋଚ୍ୟ ବିଷୟବସ୍ତୁ ' ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ' ସମ୍ପର୍କରେ ଉଲ୍ଲେଖ କରିଥିଲେ ।


ମୁଖ୍ୟବକ୍ତା ଲଷ୍ମୀନାରାୟଣ ମହାବିଦ୍ୟାଳୟ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା  ଦୁର୍ନୀତିମୁକ୍ତ ସମାଜ, ରାଜ୍ୟ ଓ ରାଷ୍ଟ୍ର ଗଠନ ପାଇଁ ସମସ୍ତଙ୍କ  ସହଭାଗିତାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ଦୁର୍ନୀତି ନିବାରଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା  ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ.ଶିବପ୍ରିୟା ମିଶ୍ର ଓ ଲାୟନ୍ସ କ୍ଲବ ସଭାପତି ମଧୁମିତା ଶୁଭନୀଲ ଦୁର୍ନୀତି ରୂପକ ସାମାଜିକ ବ୍ୟାଧିର ନିରାକରଣରେ ଦେଶର ପ୍ରଗତି ସମ୍ଭବ ବୋଲି କହିଥିଲେ।ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାରେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ  ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ

ଅଜୟ ଜେନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ  ଡ଼ିଏସପି ପି.ଆଇନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାମରେ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ , ଶିକ୍ଷାନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା,ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ,   ସ୍ବୟଂ ସହାୟ ଗୋଷ୍ଠୀ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done