ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜୟିନୀ କାର୍ଯ୍ୟକ୍ରମର ବୈଠକ ଅନୁଷ୍ଠିତ

 

ବାଲ୍ୟ ବିବାହ ଏକ କୁ-ପ୍ରଥା , ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ଜାତି ସମାଜ ମଧ୍ୟରେ ସଚେତନତା ଜରୁରୀ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ଏଥି ସକାଶେ ଏକ ସ୍ୱତନ୍ତ୍ର ଅଭିଯାନ 'ବିଜୟିନୀ' ଆରମ୍ଭ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଇଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଆୟୋଜିତ ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ଜାତି ଓ ସମାଜର ମୁଖ୍ୟମାନଙ୍କୁ ନେଇ ଆହୂତ ଏକ ବୈଠକରେ ଜିଲ୍ଲାପାଳ ଝିଅମାନଙ୍କୁ ଶିକ୍ଷିତ ଓ  ସ୍ୱାବଲମ୍ବୀ କରିବା ପାଇଁ ଆହ୍ୱାନ ଦେବା ସହ ଜିଲ୍ଳାକୁ ବାଲ୍ୟ ବିବାହାମୁକ୍ତ କରିବା ପାଇଁ ସବୁ ବର୍ଗର ଲୋକମାନଙ୍କର ସହଯୋଗ କାମନା କରିଛନ୍ତି ।


ଯେଉଁ ଜାତି ବା ସମାଜ ମଧ୍ୟରେ ବାଲ୍ୟ ବିବାହ ଭଳି କୁ- ପ୍ରଥାର ଚଳଣି ରହିଆସିଛି ସମ୍ପୃକ୍ତ ସମାଜ ଓ ଜାତିର ମୁଖ୍ୟମାନେ ସଚେତନ ହେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। 'ବିଜୟିନୀ' ଅଭିଯାନ ଚଳିତ ନଭେମ୍ବର ମାସ୧୪ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହା ମାଧ୍ୟମରେ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ଏଥି ସକାଶେ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀମାନଙ୍କୁ ସଚେତନ କରାଯାଇଛି। ବାଲ୍ୟ ବିବାହ ହେଉଥିବାର ସୂଚନା ପାଇଲେ ଗଠିତ ସ୍କ୍ୱାର୍ଡ ଚଢ଼ାଉ କରିବେ ବୋଲି ବୈଠକରେ ଆଲୋଚନା କରାଯାଇଛି । ଆବଶ୍ୟକ ସ୍ଥଳେ ବାଲ୍ୟ ବିବାହ କରାଉଥିବା ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ,  ପ୍ରବନ୍ଧକ ନିର୍ଦ୍ଦେଶକ ଆଲୋମଣୀ ସେଠି, ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ, ଡି ଏସ୍ ପି (ଡି ଆଇ ବି) ବନଶ୍ରୀ ରାଉତରାୟ ଓ ଡି ସି ପି ଓ ସୁନନ୍ଦ ମହାରଣା 

ପ୍ରମୁଖ ଉପସ୍ଥିତ ରହି ବାଲ୍ୟ ବିବାହର କୂପରିଣାମ ସମ୍ପର୍କରେ ଆଲୋଚନା କରିବା ସହ ଏହି କୁ-ପ୍ରଥାର ବିଲୋପ ପାଇଁ ସଚେତନତା ସୃଷ୍ଟି ପାଇଁ ଆଲୋଚନା କରିଥିଲେ ।ଜିଲ୍ଲା ସଂଯୋଜିକା( ବାଲ୍ୟ ବିବାହ) ରଞ୍ଜିତା ଦାଶ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଜିଲ୍ଲା ପି ଓ ବୃନ୍ଦାବତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କୁଲତା,ଅଘରିଆ,ଗୋଣ୍ଡ,  କିସାନ ଓ ଝରିଆ ଗୋପାଳ ଆଦି ବିଭିନ୍ନ ଜାତି ଓ ସମାଜ ମୁଖ୍ୟମାନଙ୍କୁ ଏହି ଅବସରରେ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done