ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଇଲେ, ସେଲ୍ଫି ଉଠାଇଲେ।


 ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଇଲେ, ସେଲ୍ଫି ଉଠାଇଲେ।

ପୃଥିବୀ ବିଜ୍ଞାନ କ୍ଲବ ତରଫରୁ ନିଆରା ପଦକ୍ଷେପ।

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ହେଉଛି ଗୋଟିଏ ଲେଖାଏଁ ବୈଜ୍ଞାନିକ ଘଟଣାବଳୀ ।ଏହି ସମୟରେ ଖାଦ୍ୟ ଗ୍ରହଣ କଲେ ବା ଅନ୍ୟାନ୍ୟ କୌଣସି କାର୍ଯ୍ୟ କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ ।ଏହା ଦୀର୍ଘ ବର୍ଷରୁ ଆମ ଭାରତ ବର୍ଷରେ ଅନ୍ଧବିଶ୍ୱାସ ରହିଆସିଛି ।ଏହା କେବଳ ଏକ ଘଟଣା ମାତ୍ର ।ଆଜି ଏ ପରିପ୍ରେଖୀରେ ରେ ଲଖନପୁର ବ୍ଲକ ଅନ୍ତର୍ଗତ ପଣ୍ଡରି ଗ୍ରାମ ପଞ୍ଚାୟତ ସ୍ଥିତ ବେଙ୍କମୁରା ଠାରେ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କ୍ଲବ ର ସଭ୍ୟ ସଭ୍ୟା ଙ୍କ ସମେତ ବହୁ ବ୍ୟକ୍ତି ସାମିଲ ହୋଇ ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଗ୍ରହଣ କରିଥିଲେ। ବିଜ୍ଞାନ ସଂଚାରକ୍ ବିରାଟ ରାଜା ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁବ୍ୟକ୍ତି ସାମିଲ  ହୋଇଥିବାବେଳେ କାର୍ଯ୍ୟକ୍ରମ ରେ ଆୟୁସି ପ୍ରଧାନ,ଉତ୍ତର ପଧାନ,କାର୍ତ୍ତିକ ରୋହିଦାସ, ଝସକେତନ୍ ପଧାନ, ସୁମିତ ପଧାନ,ଶ୍ରୀକାନ୍ତ ପଧାନ,କଳାକାର ଭୋଇ,ହମେଶ୍ୱର୍ ମଲ୍ଲିକ, ବିଜୟ ଛତ୍ରିଆ, ଯୁଧିଷ୍ଠିର ଭୋଇ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଅଂଶଗ୍ରହଣ କରିବା ସହ ଖାଦ୍ୟ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ କ୍ଲବ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done