ଜିଲ୍ଲା ପୋଲିସ, ପରିବହନ ବିଭାଗ ଓ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପଞ୍ଚପଡା ହାଇସ୍କୁଲରୁ ବମ୍ବେ ଛକ ଯାଏଁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

 

ଜିଲ୍ଲା ପୋଲିସ, ପରିବହନ ବିଭାଗ ଓ ଛାତ୍ରଛାତ୍ରୀ ଙ୍କ  ମିଳିତ ଉଦ୍ୟମରେ ସଡକ ସୁରକ୍ଷା ସଚେତନତା ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ଏହି ଶୋଭାଯାତ୍ରା  ପଞ୍ଚପଡା। ହାଇସ୍କୁଲ ରୁ ବାହାରି ବମ୍ବେ ଛକ ପର୍ଯ୍ୟନ୍ତ ଯାଇଥିଲା l ଛାତ୍ରଛାତ୍ରୀ,, ଜିଲ୍ଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ରେଲିରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଓ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି l ସ୍କୁଲ ଛୁଆମାନେ ଗାଡି ନ ଚଲାଇବା, ମଦ୍ୟପାନ କରି ଗାଡି ନଚଲାଇବା, ଦ୍ରୁତ ଗତିରେ ଗାଡି ନଚଲାଇବା, ବାଇକ ଚାଳନାବେଳେ ହେଲମେଟ ପିନ୍ଧିବା, ଚାରିଚକିଆ ଯାନ ଚଳାଚଳ ବେଳେ ସିଟ ବେଲ୍ଟ ବାନ୍ଧିବାସହ ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ରେଲି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲାର ପ୍ରତେକ ଲୋକଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନର ଆବଶ୍ୟକ ବିଷୟରେ ଅବଗତ କରାଇବା ଏହି ରେଲିର ଉଦେଶ୍ୟ ବୋଲି ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି

ପରେ ପଞ୍ଚପଡ଼ା ଠାରେ ଆୟୋଜିତ ଏକ ସଭାରେ ଝାରସୁଗୁଡା ଏସଡ଼ିପିଓ ନିର୍ମଳ ମହାପାତ୍ର, ଥାନା ଅଧୀକାରିଣୀ ଶୁଚିସ୍ମିତା ମହାନ୍ତି, ଅତିରିକ୍ତ ଆରଟିଓ ପ୍ରମୁଖ ଯୋଗ ଦେଇ ସଡକ ସୁରକ୍ଷା ନେଇ ଅଭିଭାଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣମିତା ନାୟକ ସ୍ୱାଗତ ଭାଷଣ ଦେଇଥିଲେ।ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସଡକ ସୁରକ୍ଷା ନେଇ ଅୟୋଜିୟ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done