ଝାରସୁଗୁଡ଼ା ସହର ରେ ଦଶ ଦିନ ଧରି ଜଗତ ଜନନୀ ମାଁ ଦୁର୍ଗାଙ୍କ ମହା ଆଡ଼ମ୍ବରରେ ପୂଜା ଚାଲିଥିଲା । ଗତ ଦଶମୀ ତିଥି ରେ ମାଁ ଙ୍କ ପୂଜା ସମାପନ ହୋଇଯାଇଛି । ଶେଷରେ ମାଁ ଦୁର୍ଗାଙ୍କ ବିଦାୟ ସମୟ ମଧ୍ୟ ଆସି ପହଂଚି ଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ଦିନ ରେ ସହରସ୍ଥିତ ସମସ୍ତ ଦୂର୍ଗା ମଣ୍ଡପରୁ ମାଁ ଦୂର୍ଗାଙ୍କ ଭସାଣି ଶୋଭାଯାତ୍ରା କରିବା ପାଇଁ ନିର୍ଦ୍ଦେଶ ଥିଲା । ଝାରସୁଗୁଡ଼ା ସହର ର ବିଭିନ୍ନ ଦୂର୍ଗା ପୂଜା କମିଟି ତରଫରୁ କାଲି ସନ୍ଧ୍ୟା ସମୟରେ ଧୁମଧାମ ରେ ନୃତ୍ୟ ବାଦ୍ୟ ରେ ମାଁ ଙ୍କ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା।
ଅନ୍ୟପଟେ ଝାରସୁଗୁଡ଼ା କାଳୀବାଡ଼ି ସ୍ଥିତ କାଳୀମନ୍ଦିର ଠାରେ ମାଁଙ୍କ ସହିତ ସିନ୍ଦୂର ଖେଳି ତାଙ୍କୁ ବିଦାୟ ଦିଆଯାଇଥିଲା । ମାଁ ଦୁର୍ଗାଙ୍କ ସହିତ ସହର ର ବଙ୍ଗୀୟ ମହିଳା ମାନେ ମିଶି ସିନ୍ଦୂର ଖେଳ ଖେଳିଛନ୍ତି । ବଙ୍ଗୀୟ ପରମ୍ପରା ଅନୁସାରେ ମାଁ ଦୂର୍ଗାଙ୍କ ବିଦାୟ ପର୍ବ ରେ ଏହି ସିନ୍ଦୂର ଖେଳ ପାଳିତ ହୋଇଥାଏ । ସଧବା ନାରୀ ମାନେ ମାଁଙ୍କ ନିକଟରେ ସିନ୍ଦୁର ଲଗାଇବା ପରେ ଏହି ସିନ୍ଦୂର ଖେଳ ଖେଳିବା ପରମ୍ପରା ରହିଛି । ଦୁଇ ବର୍ଷ କୋଭିଡ୍ କଟକଣା ଯୋଗୁଁ ଏହି ସିନ୍ଦୂର ଖେଳରୁ ବଞ୍ଚିତ ରହି ଥିଲେ ମହିଳା ମାନେ । କିନ୍ତୁ ଏ ବର୍ଷ ମାଁ ଦୂର୍ଗା ଙ୍କ ସହ ସିନ୍ଦୂର ଖେଳି ମହିଳା ମାନେ ବେଶ ଆନନ୍ଦିତ ହୋଇଥିଲେ । ମହିଳା ମାନେ ଧୁମଧାମରେ ସିନ୍ଦୂର ଖେଳି ପରେ ମାଁଙ୍କୁ ରୀତିନୀତି ସହକାରେ ବିଦାୟ ଦେଇଥିଲେ ।
0 Comments