ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ ୨୯ଗୋଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୭ଟି
ସାମୁହିକ ଓ ୨୨ଟି ବ୍ୟକ୍ତିଗତ। ଝାରସୁଗୁଡ଼ା ପୌରପାଳିକାର ୧୧ନମ୍ବର ୱାର୍ଡରେ ରାସ୍ତା ପ୍ରଶସ୍ତିକରଣ ଓ ରାସ୍ତା ଅବରୋଧକାରୀଙ୍କୁ ଅପସାରଣ , ବରପାଲିରେ ଫାଇଭ ଟି ସ୍କୁଲ ସକାଶେ ନିଜସ୍ୱ ସ୍କୁଲ ଜମି ପଟ୍ଟା, ଅଲ୍ଟ୍ରାଟେକ ସିମେଣ୍ଟ କାରଖାନା ଜମି ଅଧିଗ୍ରହଣ ବାବଦକୁ ୪୨ଜଣଙ୍କୁ ନିଯୁକ୍ତି , ବାଉସେନପାଲିରେ ଗୋଚର ଜମି ଓ ଗ୍ରାମୀଣ ଜଙ୍ଗଲ ସୁରକ୍ଷା , ରେମତାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ ଓ ମନରେଗା ଦୁର୍ନୀତିର ତଦନ୍ତ ଏବଂ ତିଲିଗି ମତ୍ସ୍ୟଜୀବୀ ସୋସାଇଟି ସଦସ୍ୟ ମାନଙ୍କର ମାଛଧରାକୁ ନେଇ ଉପୁଜୁଥିବା ସମସ୍ୟା
ଆଦି ୭ଟି ସାମୁହିକ ଅଭିଯୋଗର ଶୁଣାଣି କରାଯାଇଥିଲା।
ସେହିପରି ଜମିଜମା ବିବାଦ , ଆବାସ ଗୃହ , ଚିକିତ୍ସା ସକାଶେ ଆର୍ଥିକ ସହାୟତା, ରାସ୍ତା ଅବରୋଧ, ଡ୍ରେନ୍ କାର୍ଯ୍ୟରେ ଦୁର୍ନୀତି, ଆଦିବାସୀ ଜମି ହଡ଼ପ ଓ ନୂତନ ଡ୍ରେନ ନିର୍ମାଣ ସମ୍ପର୍କିତ ୨୨ଟି ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ଶିବିରରେ ଚିକିତ୍ସା ସହାୟତା ବାବଦକୁ ରେଡକ୍ରସ୍ ପାଣ୍ଠିରୁ ୪ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଓ ଜଣଙ୍କୁ ୨୦ହଜାର ଟଙ୍କା ପ୍ରଦାନ କରାଯାଇଛି । ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଶୁଣାଣି ହୋଇଥବା ଅଭିଯୋଗଗୁଡ଼ିକ ସମ୍ପର୍କରେ ସମୀକ୍ଷା କରି ସମାଧାନ ହୋଇ ନଥିବା ଅଭିଯୋଗଗୁଡିକ ସମ୍ପର୍କରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଅଭିଯୋଗ ଶୁଣାଣି ଓ ସମାଧାନ ଦିଗରେ ଅଧିକାରୀମାନେ ଯତ୍ନବାନ ହେବାକୁ ମଧ୍ୟ ଜିଲ୍ଲାପାଳ ସତର୍କ କରାଇଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ପ୍ରବୀର କୁମାର ନାୟକ , ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ଗିତିକା ନାଏକ , ଆସିଷ୍ଟାଣ୍ଟ କଲେକ୍ଟର କିଶୋର ସାହୁ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
0 Comments