ଓଡ଼ିଶା ସିଭିଲ ସର୍ଭିସ ରେ ନିଜର ନାମ କୁ ସ୍ଵର୍ଣ୍ଣ ଅକ୍ଷର ରେ ଲେଖିଲେ ବନ୍ଧବାହାଲ ର ଝିଅ ତୃପ୍ତି । ସାରା ଓଡ଼ିଶା ରେ ୭୦ ତମ ସ୍ଥାନ ରଖି ହେଲେ କୃତକାର୍ଯ୍ୟ ।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ର ପରୀକ୍ଷାଫଳ ବାହାରି ସାରିଛି । ଏହି ପରୀକ୍ଷା ରେ କୃତକାର୍ଯ୍ୟ ହେବା ପାଇଁ ଶହ ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି ସେଥି ମଧ୍ୟରୁ କିଛି ପରିମାଣ ରେ ହି କୃତକାର୍ଯ୍ୟ ହୋଇଥାନ୍ତି । ତେବେ ଏହି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ବନ୍ଧବାହାଲ ର ଝିଅ । ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ର ଗୋପୀନାଥ ଦାସ ଓ ସୁଷମା ଦାସ ଙ୍କ ଝିଅ ତୃପ୍ତି ଦାସ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପାସ କରିଛନ୍ତି । ନିଜର କଠିନ ପରିଶ୍ରମ ବଳରେ ତୃପ୍ତି ଏହି ପରୀକ୍ଷା ରେ ସାରା ଓଡ଼ିଶା ରେ ୭୦ ତମ ସ୍ଥାନ ଅଧିକାର କରିଛନ୍ତି । ତେବେ ଝିଅ ର ସଫଳତା ଦେଖି ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି । ତୃପ୍ତି କେବଳ ଯେ ପରିବାର କୁ ନୁହେଁ ସାରା ଝାରସୁଗୁଡ଼ାବାସୀ ଙ୍କୁ ନିଜର ସଫଳତା ରେ ଗର୍ବିତ କରିଛନ୍ତି ।
0 Comments