ଝାରସୁଗୁଡ଼ା ଜିଲ୍ଲାରେ କନ୍ୟା ଭ୍ରୂଣ ହତ୍ୟାକୁ ନିଷେଧ କରିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ



ଝାରସୁଗୁଡ଼ା ଜିଲ୍ଲାରେ କନ୍ୟା ଭ୍ରୂଣ ହତ୍ୟାକୁ ନିଷେଧ କରିବା ସହ ଲିଙ୍ଗ ଚୟନ ପ୍ରତିଷେଧ ଅଧିନିୟମ ୧୯୯୪ କଡ଼ାକଡ଼ି ଭାବରେ ପାଳନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ପି.ସି.ପି .ଏନ. ଡି. ଟି ଜିଲ୍ଲା ଉପଦେଷ୍ଟା କମିଟି ସଭାରେ
ଆଇନ କୁ କଡାକଡି ଭାବରେ ପ୍ରୟୋଗ କରିବା ପାଇଁ ଜିଲ୍ଲାପାଳ ସମସ୍ତ ସଭ୍ୟଙ୍କ ସହାୟତା ଓ ଭୂମିକା ସମ୍ପର୍କରେ  ଆଲୋଚନା  କରିଥିଲେ। ଯଦି କୌଣସି ଅଲଟ୍ରସାଉଣ୍ଡ ୟୁନିଟରେ ଲିଂଗ ନିରୂପଣ ହେବାର ସୂଚନା ମିଳେ ତେବେ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଟ ୨୫୦୦୦ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ଓ ତାଙ୍କର ନାମ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ, ଉକ୍ତ ବିଷୟ କୁ ବହୁଳ ଭାବରେ ପ୍ରଚାର ପ୍ରସାର କରିବା ପାଇଁ ଜିଲ୍ଲାପାଳ ଆଦେଶ ଦେଇଥିଲେ।  ପିସି.ପି.ଏନ୍. ଡି. ଟି ଆଇନ ଅନୁଯାୟୀ ପଞ୍ଜିକରଣ ଓ ନବୀକରଣ ଆବେଦନ ବିଷୟରେ ଆଲୋଚନା ହୋଇଥିଲା।
ଜିଲ୍ଲାରେ ପି.ସି. ପି. ଏନ୍. ଡି. ଟି କେସ ପରିଚାଳନା ତ୍ଵରାନ୍ବିତ କରିବା , ଜିଲ୍ଲାର ଯେଉଁ ସ୍ଥାନରେ ଲିଙ୍ଗ ଅନୁପାତ କମ ଅଛି ସେହି ସ୍ଥାନରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ  କରିବାକୁ ଜିଲ୍ଲାପାଳ ଆଦେଶ ଦେଇଥିଲେ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଞ୍ଜାଯାଇଥିବା ଅଭିଯୋଗ ବାକ୍ସ ଓ ଦେଓମୁକ୍ତ ନମ୍ବର ଜରିଆରେ ସୂଚନା ପ୍ରଦାନ ପାଇଁ  ପରାମର୍ଶ ଦିଆଯାଇଛି।  ଝିଅ ମାନଙ୍କ ଅଧିକାର ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତେ ଆଗକୁ ଆଗେଇ ଆସିବା ସହ ଲିଙ୍ଗ ନିରୂପଣରେ ସମ୍ପୃକ୍ତ  ଦୋଷୀ ବ୍ୟକ୍ତିଙ୍କୁ ଦଣ୍ଡ ଦେବାରେ ସହାୟତା କରିବା  ଦିଗରେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ଉକ୍ତ ସଭାରେ ସିଡିଏମଓ, ଏଡ଼ିଏମଓ ଓ ଜିଲ୍ଲା ଉପଡେଷ୍ଟା କମିଟିର ସମସ୍ତ ସଦସ୍ୟ ଉପସ୍ଥିତଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done