ଜିଲ୍ଲାରେ ଚାକିରୀ ଆଶାୟୀ ବେକାର ଯୁବକ ଯୁବତୀଙ୍କ ପଞ୍ଜିକରଣ ଓ ନବୀକରଣ ତଥା ଚାକିରୀ ଅନୁସନ୍ଧାନକୁ ନେଇ ବୈଠକ ଅନୁଷ୍ଠିତ

 
ଚାକିରୀ ଆଶାୟୀ ବେକାର ଯୁବକ ଯୁବତୀ ପଞ୍ଜିକରଣ, ନବୀକରଣ ତଥା ଚାକିରୀ ଅନୁସନ୍ଧାନ  ଆଦି କାର୍ଯ୍ୟ ଘରେ ବସି କରିପାରିବେ। ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟକୁ ନ ଯାଇ ଘରେ ବସି ନିଜ ନିଜ ମୋବାଇଲ ଜରିଆରେ ଏହି ସମସ୍ତ ପଞ୍ଜୀକରଣ, ନବୀକରଣ ଓ ଚାକିରୀ ଅନୁସନ୍ଧାନ କାର୍ଯ୍ୟ କରିପାରିବେ ।  ପୂର୍ବରୁ ଚାକିରୀ ଆଶାୟୀ ଯୁବକ ଯୁବତୀ ବିଭିନ୍ନ ସମୟରେ ନିୟୋଜନ କାର୍ଯ୍ୟାଳୟକୁ ବାରମ୍ବାର ଯିବା ଆସିବାରେ ଆର୍ଥିକ କ୍ଷତି ସହିବା  ସହ ଅନେକ ସମୟ ନଷ୍ଟ ହେଉଥିଲା । ଏଥିରୁ ଲାଘବ ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done