ରକ୍ତ ଶିକୁଳି ରୋଗାକ୍ରାନ୍ତ ଜଣେ ଶିଶୁ କନ୍ୟା କୁ ବିରଳ ବର୍ଗର ରକ୍ତଦାନ କରି ଶିଶୁକନ୍ୟା ର ଜୀବନ ବଞ୍ଚାଇଲେ ଜଣେ ସମାଜସେବୀ । ରକ୍ତଦେବାକୁ ରାଉରକେଲା ରୁ ଆସିଲେ ବୁର୍ଲା ମେଡିକାଲ ରେ କଲେ ରକ୍ତଦାନ ।
ଝାରସୁଗୁଡ଼ା ଜିଲ୍ଲା ମୁନ୍ଦ୍ରାଜୋର୍ ଅଞ୍ଚଳର ତ୍ରିଲୋଚନ ବାଗଙ୍କ ୩ବର୍ଷ ର ଝିଅ ରକ୍ତ ଶିକୁଳୀ ରୋଗରେ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଶିଶୁ କନ୍ୟାର ରକ୍ତ ବର୍ଗ ବିରଳ ହୋଇଥିବାରୁ ରକ୍ତ ମିଳିବା କଷ୍ଟକର ହୋଇପଡିଥିଲା । ଦୁଇଦିନ ଧରି ଶିଶୁ କନ୍ୟାର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାକୁ ଝାରସୁଗୁଡ଼ା ର ଏକ ଘରୋଇ ନର୍ସିଂ ହୋମରେ ପରିବାର ଲୋକେ ଭର୍ତି କରିଥିଲେ । ତେବେ ଶିଶୁ କନ୍ୟା କୁ ରକ୍ତ ର ଆବଶ୍ୟକତା ପଡ଼ିଥିଲା । ଯେହେତୁ ଶିଶୁ କନ୍ୟାର ର ରକ୍ତ ବିରଳ ବର୍ଗ "O" ପଜିଟିଭ ( ବମ୍ବେ ଫନେଟିକ୍) ହୋଇଥିବା ରୁ ରକ୍ତ ମିଳିବା ସମସ୍ୟା ଦେଖାଦେଇଥିଲା । ଝାରସୁଗୁଡ଼ା ରୁ ତାଙ୍କୁ ବୁର୍ଲା ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ତେବେ କୌଣସି ହିସାବ ରେ ଶିଶୁ କନ୍ୟାର ବାପା ତ୍ରିଲୋଚନ ଝାରସୁଗୁଡ଼ା ସମାଜସେବୀ ପ୍ରଶାନ୍ତ ନନ୍ଦଙ୍କ ସହିତ ଯୋଗାଯୋଗ କରି ଥିଲେ । ସମାଜସେବୀ ପ୍ରଶାନ୍ତ ଭୁବନେଶ୍ୱର ର ଉତ୍କଳ ରକ୍ଷକ ଫାଉଣ୍ଡେସନ୍ ନାମକ ସ୍ଵେଚ୍ଛାସେବୀ ସଂଗଠନ ସହିତ ଯୋଗାଯୋଗ କରି ସେମାନଙ୍କ ସହାୟତାରେ ରାଉରକେଲା ର ଦିଲ୍ଲୀପ ବାରିକ୍ ଙ୍କ ସହ ଯୋଗାଯୋଗ କରିଥିଲେ । ଦିଲ୍ଲୀପ ସୂଚନା ପାଇ ସ୍ଵଇଚ୍ଛା ରେ ରାଉରକେଲା ରୁ ବୁର୍ଲା ଭୀମସାର୍ କୁ ପହଂଚି ଶିଶୁକନ୍ୟା କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ।
0 Comments