ବିଦ୍ୟାଳୟ ଓ ଗଣଶିକ୍ଷା ଆୟୁକ୍ତ ତଥା ଶାସନ ସଚିବଙ୍କ ଝାରସୁଗୁଡ଼ା ଗସ୍ତ ।

 

ବିଦ୍ୟାଳୟ ଓ ଗଣଶିକ୍ଷା ଆୟୁକ୍ତ ତଥା ଶାସନ  ସଚିବ ଅସ୍ବଥି ଏସ୍.

ଝାରସୁଗୁଡା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୂର୍ବାହ୍ଣରେ ସଚିବ        ସରବାହାଲସ୍ଥିତ ସରକାରୀ 

ଉଚ୍ଚ ବିଦ୍ୟାଳୟ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଏଚ୍.କଟାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଅପରାହ୍ଣରେ ସଚିବ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ

ସହ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଓସେପା ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ , ଆଞ୍ଚଳିକ ନିର୍ଦ୍ଦେଶକ ( ଉତ୍ତରାଞ୍ଚଳ ) ବିକାଶ ଚନ୍ଦ୍ର ପ୍ରଧାନ , ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ସା ଓ ସୁଶାନ୍ତ କୁମାର ଘୁଟା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଚିବ

ଫାଇଭ ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସ୍କୁଲ ରୂପାନ୍ତରଣ କାର୍ଯ୍ୟ , ସ୍କୁଲ ଗୃହ ନିର୍ମାଣ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଫଳାଫଳ ଦୃଷ୍ଟିରୁ ଉନ୍ନତ ପ୍ରଦର୍ଶନ କରୁନଥିବା ବିଦ୍ୟାଳୟ ଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା , ମୋ ସ୍କୁଲ, ଇ-ଲାଇବ୍ରେରୀ , ମଧ୍ୟାହ୍ନ ଭୋଜନ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଶିକ୍ଷାନୁଷ୍ଠାନ ଓ ଶୈକ୍ଷିକ ବାତାବରଣ ପ୍ରତି ଛାତ୍ରଛାତ୍ରୀ କିପରି ଅଧିକ ଆକୃଷ୍ଟ ହେବେ ସେ ଦିଗରେ ଅଭିନବ ଉପାୟରେ ପ୍ରଚେଷ୍ଟା କରିବା  ଓ ବିଦ୍ୟାଳୟର ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବରଧାରୀ ଛାତ୍ରଛାତ୍ରୀ ମାନଙ୍କ ନାମ ବିଦ୍ୟାଳୟରେ ପ୍ରଦର୍ଶନ କରି ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିବାକୁ ପରାମର୍ଶ ଦେଇଥିଲେ ।


ସେହିପରି ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କର ସ୍ୱତନ୍ତ୍ର ଭାବରେ ସଭା ଆୟୋଜନ ପାଇଁ ପରାମର୍ଶ ଦେଇ ସୁନେତ୍ର କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶିକ୍ଷା ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ମଧ୍ୟରେ ସମନ୍ଵୟ ବୈଠକ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନା , ନିୟମିତ ପରିଷ୍କାର ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟ ବୃଦ୍ଧିକରଣ  ସକାଶେ ସଚିବ ପରାମର୍ଶ ଦେଇଥିଲେ ।  କ୍ଷେତ୍ର ପରିଦର୍ଶନ ସମୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ର ସଙ୍କେତ କୁମାର ପ୍ରଧାନଙ୍କ ଦ୍ୱାରା ଅଙ୍କିତ ବିଶିଷ୍ଟ      ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଚିତ୍ର ଓ ବିଦ୍ୟାଳୟର ପ୍ରାଚୀର ପତ୍ରର ପ୍ରଶଂସା କରିଥିଲେ । ସମସ୍ତଙ୍କର ମିଳିତ ପ୍ରଚେଷ୍ଟା ଦ୍ୱାରା ଜିଲ୍ଲାକୁ  ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କରାଇବା ପାଇଁ ସେ  ଆହ୍ଵାନ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସାମଲ , ଜିଲ୍ଲାର ଆଦର୍ଶ ବିଦ୍ୟାଳୟମାନଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବସ , ସ୍ୱୟଂ ସହାୟ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍କୁଲ ପୋଷାକ ବିତରଣ , 'ମୋ ସ୍କୁଲ ହକି କ୍ଲବ' କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଆନ୍ତଃ ବିଦ୍ୟାଳୟ ହକି ପ୍ରତିଯୋଗିତା ଆୟୋଜନ ଓ ଉଚ୍ଚ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ଼ୀକରଣ ସକାଶେ ଥ୍ରୀ-ଫେଜ୍ ବିଦ୍ୟୁତ ସଂଯୋଗ ଆଦି ଉପଲବ୍ଧି ସମ୍ପର୍କରେ ସଚିବଙ୍କୁ ଅବଗତ କରାଇବା ସହ ଲଖନପୁର ବ୍ଲକରେ ମୁରଲିପାଲି ଉଚ୍ଚ ବିଦ୍ୟାଳୟ ଓ ଲଖନପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଉନ୍ନତିକରଣ କରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବା ଓ ଆଦର୍ଶ ବିଦ୍ୟାଳୟ ମାନଙ୍କରେ ଛାତ୍ରାବାସ ନିର୍ମାଣ ସକାଶେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମୀକ୍ଷା ବୈଠକରେ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done