ଝାରସୁଗୁଡ଼ା ସହରାଞ୍ଚଳରେ ରହୁଥିବା କୁଲିତା ସମାଜର ନୂଆଁଖାଇ ଭେଟଘାଟ କାର୍ଯକ୍ରମ ଝାରସୁଗୁଡ଼ା ପାହାଡି ମନ୍ଦିର ପରିସରରେ ଅନଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚଶହ କୁଲିତା ସମ୍ପ୍ରଦାୟର ଲୋକ ଯୋଗଦାନ କରିଥିଲେ। ପ୍ରଥମେ ମା ରାମଚଣ୍ଡୀଙ୍କ ପୂଜାଚର୍ନା ପରେ ସାମୁହିକ ଭାବରେ ପରିଚୟ ଆଦାନ ପ୍ରଦାନ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା। ଶ୍ରୀ ଅନନ୍ତ ରାମ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି କାର୍ଯକ୍ରମରେ ସହରର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ପରିବାର ବର୍ଗ ନିଜର ପରିଚୟ ପ୍ରଦାନ ପୂର୍ବକ ଏକ କୃଷି କର୍ମରେ ପ୍ରଖ୍ୟାତ ଜାତି ସମ୍ପର୍କରେ ନିଜର ଅତିତ, ବର୍ତ୍ତମାନ ଓ ଭବିଷ୍ୟତରେ ସଂଗଠନର ଭୂମିକା ଓ ନବାର୍ଣ୍ଣର ବିଶେଷତ୍ଵ ବିଷୟରେ ଆଲୋଚନା କରିଥିଲେ।
ଆଗମୀ ଦିନରେ ଝାରସୁଗୁଡ଼ା ସହର ଭିତରେ ରହୁଥିବା ପ୍ରାୟ ଦଶହଜାର ଲୋକ କିପରି ସଂଗଠିତ ହୋଇ ପାରିବେ ତା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଝାରସୁଗୁଡାର ବିଭିନ୍ନ ୱର୍ଡରେ ବସବାସ କରୁଥିବା ସକ୍ରିୟ ସଭ୍ୟ ମାନଂକୁ ନେଇ ଏକ କାର୍ଯକାରୀ କମିଟି ଗଠନ କରାଯାଇଛି ଓ ଜାତି ସଂଗଠନ ମାଧ୍ୟମରେ ଶିକ୍ଷ୍ୟା, ସ୍ବାସ୍ଥ୍ୟ, ସାମାଜିକ ସଚେତନତାକୁ ଜୋରଦାର କରିବାକୁ ସଙ୍କଳ୍ପ ନିଆଯାଇଛି।
0 Comments