କୋଲାବିରା ପଂଚାୟତ ସମିତି ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଶୀଲ କୁମାର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଗୁରୁଶିଷ୍ୟ ପରମ୍ପରା ଭାରତୀୟ ସଂକୃତିର ଉତ୍ସ ବୋଲି କହିବା ସହ ଛାତ୍ରଛାତ୍ରୀ ମାନେ ମାତାପିତା ଓ ଗୁରୁ ଙ୍କ ଆଶୀର୍ବାଦ ଲାଭ କରି ଜୀବନର ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ l ଏଥିରେ ସମ୍ମାନିତ ଅତିଥି ସନ୍ଧ୍ୟାରାଣୀ ପୂଜାରୀ ,ସରୋଜ କୁମାର ପଟେଲ ,.ନରେଶ କୁମାର ସାହୁ ,ଲବ ପ୍ରଧାନ ,ରୋହିତ ଖରସେଲ ,ସରିତା ବେହେରା ,ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ ,ସୁମନ୍ତ ପଟେଲ ପ୍ରମୁଖ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଅତିଥି ଅଧ୍ୟାପକ ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ପଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ l ଛାତ୍ରଛାତ୍ରୀମାନେ ଅତିଥି ଓ ଅଧ୍ୟାପକ ,ଅଧ୍ୟାପିକାଙ୍କୁ ପୂଜାର୍ଚନା କରିବା ସହିତ ଏହି ଦିବସର ତାପର୍ଯ୍ୟ ସମ୍ପର୍କରେ କହିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l
0 Comments