ଭୋଟର ସଚେତନତା ରଥର ଶୁଭାରମ୍ଭ ।।

 

ଲୋକ ପ୍ରତିନିଧି ଆଇନ - ୧୯୫୦ ଧାରା ୨୮ ଅନୁସାରେ ଭୋଟର ପଞ୍ଜୀକରଣ ( ସଂଶୋଧନ ) ଆଇନ - ୨୦୨୨ରେ ପଞ୍ଜୀକରଣ କରାହେବ ଏବଂ ଏଥି ସକାଶେ ପଞ୍ଜୀକରଣ ଫର୍ମରେ କେତେକ ସଂଶୋଧନ କରାଯାଇଛି । ରୂପାନ୍ତରିତ ପଞ୍ଜୀକରଣ ଫର୍ମ ୨୦୨୨ ମସିହା ଅଗଷ୍ଟ ୧ତାରିଖରୁ କାର୍ଯ୍ୟକାରୀ କରାଯାଇଛି । ଏହି ମର୍ମରେ ସଂଶୋଧିତ ପଞ୍ଜୀକରଣ  ଫର୍ମ ଅନୁସାରେ ଏଣିକି ଫର୍ମ ନଂ ୬ରେ କେବଳ ନୂତନ ଭୋଟରଙ୍କ ପଞ୍ଜୀକରଣ କରାଯିବ । ପୂର୍ବରୁ ଫର୍ମ ନଂ ୬(କ) ଅନୁସାରେ ଭୋଟର ତାଲିକାରେ  ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପ୍ରବାସୀ ଭାରତୀୟ ଭୋଟରଙ୍କ ଦ୍ୱାରା ଦରଖାସ୍ତ କରାଯାଉଥିଲା ।ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆଧାର ବିବରଣୀ ଦାଖଲ ନିମନ୍ତେ ଏକ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି ।ଏହି ଫର୍ମ ନିର୍ବାଚନ ଆୟୋଗଙ୍କ ୱେବସାଇଟ , ERONET , GARUDA ,NVSP ,

VHA ଆଦିରେ ଅଗଷ୍ଟ ୧ତାରିଖରୁ ଉପଲବ୍ଧ।


ଭୋଟର ତାଲିକାରେ ଶୁଦ୍ଧିକରଣ ସକାଶେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ କେତେ ଗୁଡିଏ ସଂଶୋଧନ କରାଯାଇଛି । ସଂଶୋଧିତ ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ଜିଲ୍ଳାରେ ଭୋଟର ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ପୂର୍ବାହ୍ନରେ ଜିଲ୍ଲାପାଳ ସରୋଜ କୁମାର ରଥ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଭୋଟର ହେଲ୍ପ ଲାଇନ ଆପ୍ ବ୍ୟବହାର କରି କିମ୍ବା ବୁଥ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ନିଜ ଆଧାର କାର୍ଡ଼ ନମ୍ବର ଭୋଟର କ୍ରମିକ ସଂଖ୍ୟା ସହିତ କିପରି ସଂଯୋଗ କରାଯିବ ସେ ଦିଗରେ ସହଯୋଗ କାମନା କରିଥିଲେ ।  


 ସ୍ବେଚ୍ଛାକୃତ ଭାବେ ଭୋଟରଙ୍କ ଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ ।  ଫର୍ମ ନଂ ୭ ଅନୁସାରେ ଭୋଟର ତାଲିକାରୁ  ନାମ  ବାଦ ଦେବା/ ନାମ ଅନ୍ତର୍ଭୁକ୍ତ ଥିଲେ ଆପତ୍ତି-ଅଭିଯୋଗ କରିବା ପାଇଁ ଆବେଦନ ସହ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ , ଫର୍ମ ନଂ୮ ଅନୁସାରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ , ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ ଓ ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟର ଚିହ୍ନଟ ନିମନ୍ତେ   ଉଦ୍ଦିଷ୍ଟ । ପ୍ରଚଳନ କରାଯାଇଥିବା ନିୟମ ଅନୁସାରେ ଏଣିକି ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଗୋଟିଏ ଯୋଗ୍ୟତାସୂଚକ ତାରିଖ ପରିବର୍ତ୍ତେ ୪ଗୋଟି ଯୋଗ୍ୟତାସୂଚକ ତାରିଖ ରଖାଯାଇଛି । ଏହି ଅନୁଯାୟୀ ଜାନୁଆରୀ ୧ତାରିଖ , ଅପ୍ରେଲ ୧, ଜୁଲାଇ ୧ତାରିଖ ଏବଂ ଅକ୍ଟୋବର ୧ ତାରିଖ ପଞ୍ଜୀକରଣ ନିମନ୍ତେ ରଖାଯାଇଛି । ନୂତନ ଭାବରେ କାର୍ଯ୍ୟକାରୀ କରାଯାଇଥିବା ନିୟମାବଳୀ ସମ୍ପର୍କରେ ସମସ୍ତେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା ସକାଶେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଲଙ୍କେଶ୍ୱର ଅମାତ , ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ସହକାରୀ  ଜିଲ୍ଲାପାଳ ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ରାଜସ୍ବ ସହାୟକ ହରିହର ମାଝୀ ,  ଯତୀନ୍ଦ୍ର ଭୋଇ , ସାହେବଲାଲ ପ୍ରଧାନ ,ରାହୁଲ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done