ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମହାସମାଧାନ ଶିବିରରେ ଆଜି ମୋଟ ୪୮ଗୋଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୯ଟି
ସାମୁହିକ ଓ ୩୯ଟି ବ୍ୟକ୍ତିଗତ। ଝାରସୁଗୁଡ଼ା ପୌରପାଳିକାର ୫ନମ୍ବର ୱାର୍ଡ ବବୁଆ ବଗିଚା ଅଞ୍ଚଳରେ ନର୍ଦ୍ଦମା ସଫା , ଅଲଟ୍ରାଟେକ କାରଖାନା ଜମି ଅଧିଗ୍ରହଣ ବାବଦକୁ କ୍ଷତି ପୂରଣ ,ବେଦାନ୍ତ ଦ୍ୱାରା ଭାଗିପାଲି ଗ୍ରାମର ବିସ୍ଥାପିତ ସମସ୍ୟା , ଭୁର୍କାମୁଣ୍ଡା ଗ୍ରାମକୁ ଅଧିଗ୍ରହଣ , ଝାରସୁଗୁଡ଼ା ବସଷ୍ଟାଣ୍ଡରୁ କାଳି ମନ୍ଦିର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ , ପୁରୁଣାବସ୍ତିରେ ପୋଖରୀ ପୁନରୁଦ୍ଧାର , ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ପ୍ରଭାବିତ ଖାପରାପାଲି ଗ୍ରାମର ୨୪୦ଜଣଙ୍କୁ ଥଇଥାନ , ବୃନ୍ଦାବନ କଲୋନୀରେ ସରକାରୀ ଜମି ଅବରୋଧ ଓ ତେଲେନପାଲି ଶାସ୍ତ୍ରୀ ନଗରଠାରେ ଘରବାରି ପାଇଁ ସ୍ଥାୟୀ ଜମା ପଟ୍ଟା ପ୍ରଦାନ ଆଦି ୯ଟି ସାମୁହିକ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା।
ସେହିପରି ଜମିଜମା ବିବାଦ, ଚିକିତ୍ସା ସକାଶେ ଆର୍ଥିକ ସହାୟତା , ପଲସଦା ସ୍କୁଲ କାମ ବାବଦକୁ ବକେୟା ପ୍ରାପ୍ୟ , ଗ୍ରୀନଡୋଲା ଆଶ୍ରମ ସ୍କୁଲରେ ସେବକ ପୁନଃ ଚାକିରୀରେ ଯୋଗଦାନ , କଳାକାର ଭତ୍ତା , ମ୍ୟୁନିସିପାଲିଟି ଦୋକାନ ଗୃହ ଯୋଗାଣ , ବାସଗୃହ ମରାମତି , ଖତିୟାନ ସଂଶୋଧନ କୋଲାବିରା ବ୍ଲକର ଖୁନାପାଲି ଗ୍ରାମରେ ପୂର୍ତ୍ତ ବିଭାଗ ଦ୍ଵାରା ରୟତି ଜମି ଉପରେ ରାସ୍ତା ନିର୍ମାଣ , ବାସହୀନଙ୍କୁ କଲୋନୀ ଗୃହ ଯୋଗାଣ ଓ ଚାଷ ଜମିରୁ ଜଳ ନିଷ୍କାସନ ସମ୍ପର୍କିତ ୩୯ଟି ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ଶିବିରରେ ଚିକିତ୍ସା ସହାୟତା ବାବଦକୁ ରେଡକ୍ରସ୍ ପାଣ୍ଠିରୁ ୫ଜଣକୁ ୨୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଶୁଣାଣି ହୋଇଥବା ଅଭିଯୋଗଗୁଡ଼ିକ ସମ୍ପର୍କରେ ସମୀକ୍ଷା କରି ସମାଧାନ ହୋଇ ନଥିବା ଅଭିଯୋଗଗୁଡିକ ସମ୍ପର୍କରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଡି ଏଫ୍ ଓ ଲଳିତ କୁମାର ପାତ୍ର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ ଗିତିକା ନାଏକ, ଆସିଷ୍ଟାଣ୍ଟ କଲେକ୍ଟର କିଶୋର ସାହୁ , ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
0 Comments