ଗଣ ପର୍ବ ନୂଆଖାଇ ଓ ଆସନ୍ତା ଗୁରୁ ଦିବସ ଉପଲକ୍ଷେ ଇ ଜେ ଭି ଫାଉଣ୍ଡେସନ ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,ଏହି ପ୍ରତିଯୋଗିତା ରେ ପୁରା ଝାରସୁଗୁଡ଼ା ଜିଲ୍ଲା ଓ ଚାରିଟି ବ୍ଲକ ରୁ ହାରାହାରି 400 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ,ଚିତ୍ରାଙ୍କନ,ରଚନା ଓବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,ଏହି କାର୍ଯ୍ୟ କ୍ରମ ରେ ବିଚରକଭାବେ ଶ୍ରୀ ସରୋଜ କୁଅଁର,ଶ୍ରୀ ଅକ୍ଷୟ ପତି, ମେହେବୁବ ମେହେଟା,ସୁଚିଶ୍ମିତା ଗୁରୁ,ଅଞ୍ଜଳି ପ୍ରଭା ପଟ୍ଟନାୟକ, ମନ୍ଦାକିନୀ ଶତପଥୀ, ମନୋଜ ମହାପାତ୍ର ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ବର୍ଗ ରୁ ମୋଟ 42ଜଣ ଛାତ୍ର ଛାତ୍ରୀ କୃତିତ୍ବ ଅର୍ଜନ କରିଛନ୍ତି,ସରବହାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଏହା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ କୁ ଇ ଜେ ଭି ଫାଉଣ୍ଡେସନ ର ମାନସୀ ପଣ୍ଡା, ରାଜେଶ ପାଢ଼ୀ,ପବିତ୍ର ସ୍ୱାଇଁ,ବ୍ରଜ ରୟ,ମଞ୍ଜୁଳା ବେହେରା, ସଂଯୁକ୍ତା ମେହେର, ଗଙ୍ଗାଧର ମେହେର,ବିମଳ ପାଣିଗ୍ରାହୀ,ରୂପାଲି ପାଢ଼ୀ, ପୁନମ ପଟେଲ,ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ,ପ୍ରମୁଖ ପରିଚାଳନା କରିଥିଲେ,ଆସନ୍ତା କାଲି ଗୁରୁ ଦିବସ ପାଳନ ଅବସର ରେ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପରସ୍କୃତ କରାଯିବା ର କାର୍ଯ୍ୟକ୍ରମ ରହିଛି
0 Comments