ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା ।
ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ଜିଲ୍ଲାର ୫୦ ପ୍ରତିଶତ ପରିବାରଙ୍କୁ ପାଇପ୍ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ।
୬ ମାସ ମଧ୍ୟରେ ହୃଦରୋଗ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟଧାର୍ଯ୍ୟ ।
୧୧ ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ ।
ଜଳସେଚିତ ଅଞ୍ଚଳରେ ଅଣ-ଧାନ ଅର୍ଥକରୀ ଫସଲ ଚାଷ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ନିର୍ଦ୍ଦେଶ ।
କୃଷକମାନଙ୍କ ସହ ସିଧାସଳଖ ଯୋଗାଯୋଗରେ ରହି ସେମାନଙ୍କ ଚାଷ ସମ୍ବନ୍ଧୀୟ ଆବଶ୍ୟକତା ଓ ସମସ୍ୟା ଅନୁସାରେ ସହଯୋଗ ଯୋଗାଇବାକୁ କୃଷି ଓ ଉଦ୍ୟାନଚାଷ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ।
ଝାରସୁଗୁଡ଼ାଠାରେ ହୃଦରୋଗ ହସ୍ପିଟାଲ୍, ଏଚ୍.କଟାପାଲିରେ ଜଳ ବିଶୋଧନ ପ୍ଲାଟ୍, ବାଂଝୀବୋରାରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଏବଂ ବନ୍ହରପାଲିରେ ଓ.ପି.ଜି.ସି. ପାୱାର ପ୍ଲାଣ୍ଟ୍ ଆଦିର କ୍ଷେତ୍ର ପରିଦର୍ଶନ ।
ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ଓ.ସି.ପି.ଏଲ୍. ପ୍ଲାଣ୍ଟ୍ ପ୍ରଦର୍ଶନ ଏବଂ ନବନିର୍ମିତ ସମନ୍ୱୟ ଭବନ ଉଦ୍ଘାଟନ ।
ମୁଖ୍ୟ ଶାସନ ସଚିବଙ୍କ ଗସ୍ତକାଳରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲ ହର୍ଷଦ ପରାଗ୍, ଝାରସୁଗୁଡ଼ା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତପିରାମ ମାଝୀଙ୍କ ସମେତ ସଂପୃକ୍ତ ବିଭାଗ ଓ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଓ ସୁଚନା ପ୍ରଦାନ କରିଥିଲେ ।
0 Comments