ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ପାଳିତ

 
ମହାନ ଗଣପର୍ବ ନୂଆଁଖାଇ ଆଜି କେବଳ ପଶ୍ଚିମ ଓଡ଼ିଶା ଭିତରେ ସୀମିତ ହୋଇ ରହି ନାହିଁ , ଏହା ସମଗ୍ର ରାଜ୍ୟରେ ଆନନ୍ଦ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେବା ସହ ଦେଶର ବିଭିନ୍ନ କୋଣ ଅନୁକୋଣରେ ଓ ଦେଶ ବାହାରେ ବିଭିନ୍ନ ସ୍ଥାନରେ ପାଳିତ ହେବା ଏହାର ମହନୀୟତାକୁ ପ୍ରତିପାଦିତ କରୁଛି ବୋଲି ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତାମାନେ ଉଲ୍ଲେଖ କରିଛନ୍ତି । ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ଅଡିଟୋରିମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ମୁଖ୍ୟ ଅତିଥି, ପ୍ରବନ୍ଧକ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ,  ପ୍ରାଧ୍ୟାପକ ତପନ ବାରିକ,  ପ୍ରଫେସର ଟହଲୁ ସାହୁ, ଯାନ୍ତ୍ରିକ ବିଦ୍ୟାଳୟ ଅଧ୍ୟକ୍ଷା ରୀନାତା ଦାସ ସମ୍ମାନିତ ଅତିଥି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ.ଶିବପ୍ରିୟା ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଚାଷୀ ଭିତ୍ତିକ , କୃଷି ଭିତ୍ତିକ ଓ ବିଜ୍ଞାନ ଭିତ୍ତିକ ପର୍ବ ନୂଆଁଖାଇ ଏକ ଅନନ୍ୟ ପର୍ବ ବୋଲି କହିଥିଲେ।

ଏହି  ଅବସରରେ ଲୋକକଳା ଗ୍ରାମ ପଞ୍ଚଗାଁର ଢଣହା ନୃତ୍ୟ, ସୁରଭି କଳା ପରିଷଦ ,  ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ରାଇଁଝାଇଁ  ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ସମବେତ ଅତିଥି , ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱୟଂ ସହାୟ ଗୋଷ୍ଠୀ ଜୟ ମା' ମଙ୍ଗଳା(ବଂଜାରୀ), ଜୟ ମା' ତାରିଣୀ(ଦଲକୀ) ଓ  ଜୟ ମା' ବୈଷ୍ଣବୀ (କୁମୁଡ଼ାପାଲି) ଦ୍ୱାରା ପ୍ରସ୍ତୁତ  ପାରମ୍ପରିକ ଓଡ଼ିଆ ପିଠା ଆରିଶା, କାକରା, ମଡ଼ା ଓ ସୁଆଲି ସର୍ଗି ପତ୍ରରେ ପରିବେଷଣ କରାଯାଇଥିଲା । ସୀମାନ୍ତ ଓଡ଼ିଆ ଭାଷା ସୁରକ୍ଷା ମଞ୍ଚ କାର୍ଯ୍ୟ ନିର୍ବାହୀ ଉପ ସଭାପତି ମେହେବୁବ ମହତାବ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଡେପୁଟି କଲେକ୍ଟର ଗିତିକା ନାଏକଙ୍କ ସମେତ ସହରର ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସାହିତ୍ୟିକ ଓ  ସାଂସ୍କୃତିକ ଅନୁଷ୍ଠାନ ତଥା ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ପ୍ରାରମ୍ଭିକ ସୂଚନା ଓ ଜିଲ୍ଲା ସଂସ୍କୃତି ପରିଷଦ ଉପ ସଭାପତି ସୁରଙ୍ଗ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସତ୍ୟଜିତ ସାହୁ, ରାଜେଶ ସେଠ, ଦୀପଶିଖା ସିଂ, ମନବୋଧ ବଗର୍ତ୍ତି, ଭୁବନାନନ୍ଦ ବାଗ, ରବିନ୍ଦ୍ର ନିଆଲ ଓ ଜଗନ୍ନାଥ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done