କୋଭିଡ-19 ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟବଳ ବୈଠକ ।

 
ଜିଲ୍ଲାରେ କୋଭିଡ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟବଳ ବୈଠକ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ( ପରିବାର କଲ୍ୟାଣ ) ଡାକ୍ତର ସୁପ୍ରଭା ପଟେଲ , ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ମେଡିକାଲ ଅଫିସରମାନେ ଉପସ୍ଥିତ ଥିଲେ।

ଆସନ୍ତା ପଚିଶ ତାରିଖ ମଧ୍ୟରେ ଜିଲ୍ଲାରେ ସମସ୍ତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟମାନଙ୍କରେ କୋଭିଡ ଟୀକା ଦିଆଯାଇନଥିବା ପିଲାମାନଙ୍କୁ ଟୀକା ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସବ ସେଣ୍ଟର ସ୍ତରରେ ପ୍ରସ୍ତୁତ ଟିମ୍ ଦ୍ୱାରା ଟୀକା ପ୍ରଦାନ କରାଯିବା, ସମ୍ପୃକ୍ତ ସିଡିପିଓ,       ସୁପରଭାଇଜର, ଆଶାକର୍ମୀ ଓ ଅଙ୍ଗନବାଡ଼ି ଏହି କାର୍ଯ୍ୟରେ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟ ତ୍ଵରାନ୍ବିତ କରିବା ସକାଶେ ପ୍ରତି ବୁଧବାର ଦିନ ଅପରାହ୍ଣରେ ବ୍ଲକ ସ୍ତରରେ ବୈଠକ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟରେ ଟୀକା ନେଇ ନ ଥିବା ପିଲାମାନଙ୍କୁ ଚିହ୍ନଟ କରିବା ସହ ତାଲିକା ପ୍ରସ୍ତୁତ କରିବା ଓ ଟୀକାଦାନ ପାଇଁ ଧାର୍ଯ୍ୟ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯେପରି ପ୍ରତିଦିନ ପରିଚୟ ପତ୍ର ସାଙ୍ଗରେ ଆଣିବେ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଫିଆଯାଇଛି ।          ଡିଏମଆରସିଏଚ ଦୀପ୍ତିମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done