ଆପଣ ମାନଙ୍କ ପାଖକୁ ଆସୁଛି କି ଅଜଣା ନମ୍ବର୍ ରୁ କଲ୍? ଯଦି ହଁ ତେବେ ହୋଇ ଯାଆନ୍ତୁ ସତର୍କ । ଅଜଣା ନମ୍ବର୍ ରୁ କଲ୍ ଉଠେଇବା ଖରାପ୍ କରି ପାରେ ଆପଣ ଙ୍କ ଭବିଷ୍ୟତ । ଆଜ୍ଞା ହଁ ଆପଣ ଙ୍କ ଟିକିଏ ଅବହେଳା ଆପଣଙ୍କ ଭବିଷ୍ୟତ ଖରାପ୍ କରିପାରେ ।ତେବେ ଆପଣ ଭାବୁଥିବେ ସାଧାରଣ ଏକ କଲ୍ ରେ ଭବିଷ୍ୟତ କିପରି ଖରାପ୍ ହେବ... ତେବେ ଆସୁନ୍ତୁ ଜାଣିବା ଘଟଣା ଟି କଣ ।ଯେଉଁ ସବୁ ଘଟଣା ଅନ୍ୟ ସହର ରେ ଘଟୁଥିବାର ଶୁଣିବାକୁ ମିଳୁଥିଲା, ଭିଡିଓ ଏଡିଟିଙ୍ଗ, ଫଟୋ ଏଡିଟିଙ୍ଗ ତା ପରେ ବ୍ଲାକମେଲ୍ ଏବେ ଝାରସୁଗୁଡ଼ା ରେ ଏହା ଦେଖା ଦେଇଛି ଏହି ବ୍ଲାକମେଲିଙ୍ଗି ରାକେଟ । କେବଳ ଯେ ଜଣେ ଏହି ରେକେଡ୍ ର ଶିକାର ହୋଇନାହାନ୍ତି ଏହି ରେକେଡ ରେ ଜିଲ୍ଲା ର ଅନେକ ଯୁବକ ଶିକାର ହୋଇଛନ୍ତି ।ତେବେ ଏହି ବ୍ଲେକ୍ ମେଲିଂ ସୋସିଆଲ୍ ନେଟୱରକ୍ ରେ ହେଉଥିବା ଅଭିଯୋଗ ହୋଇଛି । WhatsApp ଜରିଆ ପ୍ରଥମେ ଭିଡିଓ କଲ୍ ଆସୁଛି, କଲ ଉଠାଇଲା ପରେ ସେଥିରେ ଜଣେ ଝିଅ କଥା ହେଉଛି ଏବଂ ସେହି କଲ୍ ର ରେକର୍ଡିଂ କରି ତାକୁ ଅଶ୍ଳୀଳ ଭାବରେ ଏଡିଟିଙ୍ଗ କରି ଏହି ରେକେଡ ର ଅପରାଧୀ ମାନେ ବ୍ଲେକ୍ ମେଲ୍ କରୁଛନ୍ତି । ବ୍ଲେକ୍ ମିଲ୍ କରି ଏହି ଭିଡିଓ କୁ ନେଇ ପଇସା ମଙ୍ଗୁଛନ୍ତି ଏବଂ ପଇସା ନ ଦେଲେ ଏହି ଭିଡିଓ କୁ ଭାଇରାଲ କରିଦେବା ନେଇ ଧମକ ଦେଉଛନ୍ତି । ତେବେ ଏହି ଧମକ କୁ ଡରି କିଛି ଯୁବକ ପଇସା ଦେଇଦେଉଛନ୍ତି ।ତେବେ ଜିଲ୍ଲା ର ଜଣେ ସଚେତନ ନାଗରିକ ଆଜି ଆମ Viral Jharsuguda ଚ୍ୟାନାଲ ମାଧ୍ୟମ ରେ ଯୁବ ସମାଜ କୁ ସଚେତନ କରିବା ପାଇଁ ଆଗକୁ ଆସି ଏହି ଖବର ଟି ଦେଇଛନ୍ତି ।ଏପରି କୌଣସି ଅଜଣା ନମ୍ବର୍ ରୁ କଲ୍ ଆସିଲେ ସମସ୍ତେ ସଚେତନ ରୁହନ୍ତୁ ଏବଂ ନିଜ ଭବିଷ୍ୟତ କୁ ସୁରକ୍ଷିତ କରନ୍ତୁ ।ଆଗାମୀ ଯୁବ ପିଢ଼ି ଓ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଏହି ଅପରାଧ ର ଶିକାର ହୋଇଥିବା ଯୁବ ଗୋଷ୍ଠୀ ଆଗକୁ ଆସି ପୋଲିସ୍ ପାଖରେ ଅଭିଯୋଗ କରିବା ଆବଶ୍ୟକ କାରଣ ତେବେ ଯାଇ ପୋଲିସ୍ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ଓ ଆଗକୁ ଏପରି ଅପରାଧ କମ ହୋଇପାରିବ । ପୋଲିସ୍ ପ୍ରଶାସନ କୁ ମଧ୍ୟ ଏପରି ଗତିବିଧି ଉପରେ ଦୃଷ୍ଟି ଦେବା ଆବଶ୍ୟକ । ପୋଲିସ୍ ର ହସ୍ତକ୍ଷେପ ହେଲେ ଏପରି ଅପରାଧ କେତେକାଂଶ ରେ କମ ହେବାର ର ସମ୍ଭାବନା ବହୁତ ରହିଛି । ତେବେ ଏହି ଘଟଣା ର ଗଭୀରତା କୁ ଆଖି ଆଗରେ ରଖି ବ୍ଲେକ୍ ମେଲିଙ୍ଗ ର ଶିକାର ହୋଇଥିବା ଯୁବକଙ୍କ ନାମ କୁ ଗୁପ୍ତ ରଖାଯାଇଛି ।
0 Comments