ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରି ଝାରସୁଗୁଡା ବିମାନ ବନ୍ଦରର ବିଭିନ୍ନ ଦାବି ଉପସ୍ଥାପନା କଲେ ମନ୍ତ୍ରୀ ନବ ଦାସ

 

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଠାରେ ଥିବା  ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଜି ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ନାଗରିକ ବିମାନ ଉଡ୍ଡୟଣ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ  ସିନ୍ଧିଆଙ୍କୁ ଦିଲ୍ଲୀଠାରେ ସାକ୍ଷାତ କରି ଏ ସମ୍ବନ୍ଧ ରେ ଅବଗତ କରିଛନ୍ତି।

ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହେବାର ଖୁବ ଅଳ୍ପ ସମୟ ଭିତରେ ଏହା ଏକ ପ୍ରମୁଖ ବିମାନ ବନ୍ଦରର ମାନ୍ୟତା ପାଇଛି। କିନ୍ତୁ, ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ  ମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ କିଛି ଦାବି ଜଣାଇଛନ୍ତି।ଯାତ୍ରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଡିମାଣ୍ଡ ପରିପ୍ରେକ୍ଷୀରେ ଏଲିଆନ୍ସ ଏୟାରର ଆଉ ଗୋଟିଏ ଝାରସୁଗୁଡା-ଭୁବନେଶ୍ଵର-ଝାରସୁଗୁଡା ବିମାନର ଆବଶ୍ୟକତା ରହିଛି। ଏଥି ସହିତ ଦିଲ୍ଲୀ, ମୁମ୍ବାଇ ଓ ବିଶାଖାପଟ୍ଟନମକୁ ପ୍ରତିଦିନ ବିମାନ ଚଳାଇବା ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ଥିବା ଛ’ ଗୋଟି ବେ କୁ ବୃଦ୍ଧିକରି ଦଶ ଗୋଟି ବେ କରିବା ଆବଶ୍ୟକ।ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ବରଗଡ଼ର ଲୋକସଭା ସାଂସଦ ସୁରେଶ କୁମାର ପୂଜାରୀ ଓ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି 
ମଧ୍ୟ ଉପସ୍ଥିତ ଥିଲେ।



Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done