ଝାରସୁଗୁଡ଼ା ଜିଲ୍ଲା ର ଲଖନପୁର ବ୍ଲକ ଅଞ୍ଚଳରେ ଡ଼ାଇରିଆ ଆତଙ୍କ । ଜଣେ ଯୁବତୀ ଙ୍କ ମୃତ୍ୟୁ ହେଇଥିବା ବେଳେ ୩୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ।ପିଥିଣ୍ଡା ଗ୍ରାମ ରେ ୨୬ ରୁ ଅଧିକ ଆହତ ହୋଇଥିବା ବେଳେ ୧୮ ଜଣ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଛନ୍ତି । ବଦିମାଲ ଗ୍ରାମ ର ଏକ ପରିବାର ର ୩ ଜଣ ଖାଦ୍ୟ ରେ ଫୁଡପୋଇଜିନିଂ ଯୋଗୁଁ ଆକ୍ରାନ୍ତ ହୋଇ ଜିଲ୍ଲା ଚିକିତ୍ସାଲୟ ରେ ଭର୍ତି ହୋଇଥିବା ଜଣାପଡିଛି।
ତେବେ ପ୍ରିୟଙ୍କା ପ୍ରଧାନ ନାମ୍ନୀ ଜଣେ ଯୁବତୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଏହି ଗାଁ କୁ ଡାଇରିଆ ଆଶଙ୍କା କରି ଏହି ଗାଁ କୁ ଡାକ୍ତରୀ ଟିମ୍ ପହଂଚି ତଦନ୍ତ କରିବା ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ତେବେ ଏହି ଗ୍ରାମ ରେ ଆକ୍ରାନ୍ତ ମାନଙ୍କର ଚିକିତ୍ସା କରାଯିବା ସହ ସ୍ବାସ୍ଥ୍ୟ ବିଭାଗ ଅଞ୍ଚଳ କୁ ଯାଇ ସ୍ଥିତି ର ଅନୁଧ୍ୟାନ କରୁଛି । ତେବେ ଏପରି ପରିସ୍ଥିତି କୁ ଯଥା ଶୀଘ୍ର ଅନୁଧ୍ୟାନ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ୍ ଜିଲ୍ଲା ରେ ସ୍ଥିତି ଖରାପ୍ ହେବାର ସମ୍ଭାବନା ରହିଛି ।
0 Comments