ସାହାସପୁର ସମବାୟ ସମିତିରେ କାନ୍ଥ ଭୁଶୁଡ଼ି ୨ ଜଣ ଆହତ

 

ସାହାସପୁର ସମବାୟ ସମିତିରେ କାନ୍ଥ ଭୁଶୁଡ଼ି ୨ ଜଣ ଆହତ । ଆହତ ମାନେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ । 

ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାହାସପୁର ସମବାୟ ସମିତି କାର୍ଯ୍ୟାଳୟ ଠାରେ ଧାନ ବିକ୍ରି ପାଇଁ ପଞ୍ଜିକରଣ ଫର୍ମ ଦାଖଲ କରିବା ପାଇଁ ଆସିଥିବା ନିକ୍ତିମାଲ ର ସଦାନନ୍ଦ ଭୋଇ ଓ ଖୁନ୍ତାମାଲ ର ବିରଞ୍ଚି ପ୍ରସାଦ କିଶାନ୍ କାନ୍ଥ ଭୁଶୁଡ଼ି ଆହତ ହୋଇଛନ୍ତି।


ସେମାନେ ଫର୍ମ ଦାଖଲ ପାଇଁ ଅପେକ୍ଷା କରିଥିବା ବେଳେ ପାଖରେ ଥିବା କାନ୍ଥ ବାଡ ଟି ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା ।ଯାହା ଫଳ ରେ ସେମାନେ ଗୁରୁତର ଆହତ ହୋଇଥିଲେ ।ତେବେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିବା ଏବଂ ପରେ ପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ତେବେ ଏହି କାନ୍ଥ ବାଡ ଟି ଅତି ପୁରୁଣା ହୋଇଥିବା ଯୋଗୁଁ ଭୁଶୁଡ଼ି ଯାଇଥିବା ଅନୁମାନ କରାଯାଉଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done