କଣ୍ଟାଟିକ୍ରା ଗ୍ରାମର ନବୀନ ଭୋଇଙ୍କ ଘରୁ ଚୋରି ହେବା ନେଇ ଅଭିଯୋଗ

 କଣ୍ଟାଟିକ୍ରା ଗ୍ରାମର ନବୀନ ଭୋଇଙ୍କ ଘରୁ ଚୋରି ହେବା ନେଇ ଅଭିଯୋଗ ।ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ ।

ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ର କଣ୍ଟାଟିକ୍ରା ଗ୍ରାମ ରେ ଘଟିଛି ଚୋରି ଘଟଣା । ଘରେ କେହି ନ ଥିବା ବେଳେ ସୁଯୋଗ ର ଫାଇଦା ନେଇ ଚୋର ମାନେ ଚୋରି କରି ଫେରାର ମାରିଛନ୍ତି । ତେବେ ଏହି ଚୋରି ଘଟଣା ଟି ବନହରପାଲି ଥାନା ଅନ୍ତର୍ଗତ କଣ୍ଟାଟିକ୍ରା ଗ୍ରାମ ରେ ରହୁଥିବା ନବୀନ ଭୋଇଙ୍କ ଘରେ କେହି ନ ଥିବାବେଳେ କିଛି ଦୁର୍ବୃତ୍ତ ଘରକୁ ପଶି  ୫ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ମାନ ଚୋରି କରିନେଇଥିଲେ ।


ତେବେ ନବୀନ ଏହି ଘଟଣା ସମ୍ପର୍କ ରେ ବନହରପାଲି ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ ହେଲା ପରେ ପୋଲିସ କେସ ନମ୍ବର୍ ୧୭୦ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ନେଇ ବନହରପାଲି ଥାନା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done