ଆଜି ସମ୍ବଲପୁରୀ ଦିନ୍ ଅବସର ରେ ଇ ଜେ ଭି ଫାଉଣ୍ଡେସନ ତରଫରୁ ବଡ଼ମାଳ ସ୍ଥିତ ବସନ୍ତ ବିହାର ଠାରେ ରକ୍ତଦାନ ଶିବିର ଓ ଦାନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି,ଗତ ଚାରିବର୍ଷ ଧରି ଏହି ଶିବିର ଏହି ସମ୍ବଲ୍ ପୁରୀ ଦିନ ଅବସର ରେ ସମାଜ ମଙ୍ଗଳ ଲାଗି ଅନୁଷ୍ଠିତ ହେଉଛି,ଏହି ଶିବିର ର ରେ ମୋଟ 30 ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।
ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ହିରାଲାଲ ଲୋକଚଣ୍ଡିନି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚୁନିଲାଲ କକାନି ଯୋଗ ଦେଇଥିଲେ, ଡ଼ା ଲାଠ ପଳିକ୍ଲିନିକ ର ଡ଼ା ଅନ୍ନପୂର୍ଣ୍ଣା ଦାସ ଦାନ୍ତ ଚିକିତ୍ସା କରିଥିଲେ,ସହର ର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ , ବାଳ ଗୋବିନ୍ଦ ମିଶ୍ର,ସୁଜାତା ଲେଙ୍କା,ସଂଯୁଲତା ନାୟକ ପ୍ରମୁଖ ଯୋଗଦାନ କରିଥିଲେ,କାର୍ଯ୍ୟକ୍ରମ କୁ ସଭାନେତ୍ରୀ ମାନସି ପଣ୍ଡା ଙ୍କ ସମେତ ମଞ୍ଜୁଳା ବେହେରା,ଅଞ୍ଜଳି ପ୍ରଭା ପଟ୍ଟନାୟକ,ପବିତ୍ର ସ୍ୱାଇଁ , ହର୍ମିତ ସିଂହ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ,ଗଙ୍ଗାଧର ମେହେର,ବିମଳ ପାଣିଗ୍ରାହୀ, ସୁଡ଼ିପ୍ତା ପଟେଲ,ଉତାୟଭାନୁ ସାମଲ,ଆଦି ପରିଚାଳନା କରିଥିବା ବେଳେ JCPL ର ଅଜିତ ପରିତା ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସମୂର୍ଣ ଭାବେ ସଯୋଗ କରି। ଦୁଇଟି ଯାକ ଶିବିର ସୁଚାରୁ ରୂପେ ଶେଷ ହୋଇଥିଲା।
0 Comments