ଲୋନ ଦେବା ବାହାନାରେ 100ରୁ ଉର୍ଦ୍ଧ ମହିଳାଙ୍କୁ ଠକେଇ, ସ୍ୱାମୀ ସ୍ତ୍ରୀ ଗିରଫ

 

ମୁଦ୍ରା ଯୋଜନାରେ ଲୋନ ଦେବା ବାହାନାରେ 100 ରୁ ଉର୍ଦ୍ଧ ମହିଳାଙ୍କ ଠାରୁ ଠକେଇ କରିଥିବା ସ୍ୱାମୀ ସ୍ତ୍ରୀଙ୍କୁ ଝାରସୁଗୁଡା ପୋଲିସ ଝାରସୁଗୁଡା ବଢେଇମୁଣ୍ଡା ନିକଟରୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଦ୍ୱୟ କୁଚିଣ୍ଡାର ଭୀମରାଜ ସୋନୀ ଓ ସୁଜାତା ପଟେଲ ବୋଲି ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଦ୍ବୟ ଲଇକେରା ଓ କୋଲାବିରା ଥାନା ଅଂଚଳର 100 ରୁ ଉର୍ଦ୍ଧ ମହିଳାଙ୍କ ଠାରୁ 2 ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ କରିଛନ୍ତି l

ଅଭିଯୁକ୍ତ ସୁଜାତା ପଟେଲ  ନିଜର ନକଲି ପରିଚୟ ପତ୍ର ତିଆରି କରି କୋଲାଵିରା ଓ ଲାଇକେରା ଅଂଚଳର ଗାଁ ଗାଁ ବୁଲି ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ଼ ଅଫିସର ଭାବରେ ପରିଚୟ ଦେଇଥିଲେ l ବିଭିନ୍ନ ଗ୍ରମର ଏସଏଚଜି ଗ୍ରୁପର ମହିଳାଙ୍କୁ ମୁଦ୍ରା ଯୋଜନାରେ 1% ସୁଧ ହାରରେ ଲୋନ ଦିଆ ଯିବ କହିଥିଲେ l ଏହାସହ 80ହଜାର ଲୋନ ନେବା ପାଇଁ 31ଶହ ଟଙ୍କା ଏବଂ 40ହଜାର ଲୋନ ନେବା ପାଇଁ 15ଶହ 50ଟଙ୍କା ଉକ୍ତ ମହିଳାଙ୍କ ଠାରୁ ଫୋନ ପେ, ଗୁଗୁଲ ପେ ଏବଂ ବ୍ୟାଙ୍କ ଆକାଉଣ୍ଟରେ ନେଇଥିଲେ l ହେଲେ ଟଙ୍କା ନେବା ପରେ ସୁଜାତା ମହିଳାମାନଙ୍କୁ ଯୋଗଯୋଗ କରି ନଥିଲେ କି ସେମାନଙ୍କ ଫୋନ ମଧ୍ୟ ରିସିଭ କରି ନଥିଲେ l ଯାହାଫଳରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିପାରି କୋଲାଵିରା ଓ ଲଇକେରା ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଏନେଇ ମାମାଲା ରୁଜୁ କରି ତଦନ୍ତ କରିବାସହ ମହିଳାମାନଂକୁ ଠକେଇ କରିଥିବା ସୁଜାତା ପଟେଲ ଓ ତାଙ୍କ ସ୍ୱାମୀ ଭୀମ ରାଜ ସୋନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏହାସହ ଅଭିଯୁକ୍ତମାନଂକଠାରୁ 2 ଟି ମୋବାଇଲ ଫୋନ, ନକଲି ପରିଚୟ ପତ୍ର ଜବତ କରିବାସହ ସେମାନଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ କରିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done