ଆଜି ସର୍ବଭାରତୀୟ ସ୍ବାୟତ୍ତ ଶାସନ ଦିବସ ଝାରସୁଗୁଡ଼ା ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପୌରାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ସେଥିରୁ କେମିତି ଜନସାଧାରଣ ଲାଭାନ୍ବିତ ହେବେ ସେଦିଗ ଉପରେ ପୌରପ୍ରଶାସନ ସବୁବେଳେ ସଜାଗ ରହିବ । ଜିଲ୍ଲାର ବିକାଶ ପାଇଁ ଚୌକିପଡା ଓଭର ବ୍ରିଜ,ନୂତନ ବସଷ୍ଟାଣ୍ଡ,ଭ୍ୟାଡିଂଜୋନ ନିର୍ମାଣ କରି ଏକ ନୂଆ ରୂପ ଝାରସୁଗୁଡ଼ା ନୂତନ ନିର୍ମାଣର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଏବଂ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ ।
0 Comments