ଓରିଏଣ୍ଟ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା
ସାନଭାଇର ଛୁରା ମାଡରେ ବଡ଼ ଭାଇର ମୃତ୍ୟୁ ଅଭିଯୁକ୍ତ ପୋଲିସ କବଜାରେ।
ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲା ପଡା ବାବାମାଠିଆ ପଡ଼ାରେ ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଯାଇଛି। ସାନଭାଇର ଛୁରା ମାଡରେ ବଡ଼ଭାଇ ର ଜୀବନ ଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଡ଼ଭାଇ ସୋମେଶ ଚୌହାନ ର ଏକ ପୁତ୍ର ସନ୍ତାନ ହୋଇଥିବାରୁ ଝାରସୁଗୁଡ଼ା ମେଡ଼ିକାଲରେ ଥିଲା। ଆଜି ସନ୍ଧ୍ୟା ସମୟରେ ଘରେ ପହଞ୍ଚିଥିଲା ଘରେ ପହଞ୍ଚି ବା ପରେ ସମେଶ ତାର ସାନଭାଇ ଉମେଶ ଚୌହାନ ର ବେଲଟ ପିନ୍ଧି ପକେଇ ଥିଲା। ଏହି ସାମାନ୍ୟ ଘଟଣାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା ସାନଭାଇ ଉତ୍ତ୍ୟକ୍ତ ହୋଇ ଛୁରାରେ ଆକ୍ରମଣ କରିଥିଲା।
ଏହି ଘଟଣା ଘଟିବା ସମୟରେ ପରିବାର ଲୋକେ ଉପସ୍ଥିତ ରହି ଉମେଶ କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଘଟଣା ଘଟିବା ପରେ ପରିବାର ଲୋକେ ସମେଶ କୁ ମେଡିକାଲ ନେବାକୁ ବିଳମ୍ବ କରିଥବାରୁ ଡେରିରେ ମେଡିକାଲ ନେବା ବେଳକୁ ତାର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଓରିଏଣ୍ଟ ପୋଲିସ ଓ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଓରିଏଣ୍ଟ ଥାନା ଏସ ଆଇ ଆଶୁତୋଷ ମହାନ୍ତି ,ଲକ୍ଷ୍ମୀ ମଲ୍ଲିକ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସ୍ଥଳରରୁ ବ୍ୟବହୃତ ଛୁରୀ ଜବତ କରି ତଦନ୍ତ କରୁଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଜଣେ ପୋଖତ କ୍ରିମିନାଲ ବୋଲି ଅଭିଯୁକ୍ତ ର ବାପା ଗଣେଶ ଚୌହାନ ପ୍ରକାଶ କରିଛନ୍ତି ତାଙ୍କର ତିନି ପୁ ଙ୍କ ମଧ୍ୟରୁ ମୃତକ ଟି ଭଲ ଥିଲା ତାର ଗୋଟିଏ 6ଦିନର ପୁଅ ଟିଏ ଅଛି ଅଭିଯୁକ୍ତ ମଧ୍ୟ ବିବାହିତ। ତାକୁ ଦଣ୍ଡ ଦେବା ପାଇଁ ବାପା ଅନୁରୋଧ କରିଛନ୍ତି।
0 Comments