ଗତ ଜୁଲାଇ ମାସ 11 ଏବଂ 12 ତାରିଖ ରେ ମୂଲ୍ୟାଙ୍କନ ହୋଇଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚପଡା,ଝାରସୁଗୁଡା ସ୍ୱାସ୍ଥ୍ୟ ସେବାରେ ଜାତୀୟ ସ୍ତରୀୟ ଗୁଣବତ୍ତା ନିଶ୍ଚିତ କରାଇବାରେ ଏନକ୍ଯୁଏଏସ ସାର୍ଟିଫିକେସନ ହାସଲ କରିଛି l ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର କୁ ମୂଲ୍ୟାଙ୍କନ କରିବା ପାଇଁ ଏକ ଦୁଇ ଜଣିଆ କେନ୍ଦ୍ରୀୟ ଦଳ ଡା. ମୌସୁମୀ ସରକାର ଏବଂ ଡା. ନିତି ଶର୍ମା ଗତ 11 ତାରିଖ ରୁ 12 ତାରିଖ ପର୍ଯ୍ୟନ୍ତ ମୂଲ୍ୟାଙ୍କନ କରିଥିଲେ l ଏନକ୍ଯୁଏଏସ ସାର୍ଟିଫିକେସନ ଅଧୀନରେ ଥିବା ସମସ୍ତ 12 ଗୋଟି ବିଭାଗ ଯଥା ଜେନେରାଲ କ୍ଲିନିକ, ମାତୃ ସ୍ୱାସ୍ଥ୍ୟ, ପରିବାର ନିୟନ୍ତ୍ରଣ, ଡ୍ରେସସିଂରୁମ ଏବଂ ଜରୁରୀକାଳୀନ ସେବା, ନବଜାତ ଓ ଶିଶୁ ଯତ୍ନ, ଟୀକାକରଣ,ସଂକ୍ରାମକ ରୋଗ ସେବା , ଅଣ ସଂକ୍ରାମକ ରୋଗ ସେବା ,ଫାର୍ମାସି ସେବା ,ଲାବୋରା୍ଟୋରୀ ସେବା , ଜେନେରାଲ ଆଡମିନିଷ୍ଟ୍ରସନ ଏବଂ ଗୋଷ୍ଠି ରେ ପ୍ରଦାନ କରାଯାଉଥିବା ସେବା ଆଦି 12 ଗୋଟି ବିଭାଗ କୁ ମୂଲ୍ୟାଙ୍କନ କରିଥିଲେ l ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଉକ୍ତ ସମସ୍ତ 12 ଟି ବିଭାଗ ରେ ଉତ୍କର୍ଷତା ହାସଲ କରି 94.5 ଶତକଡା ମାର୍କ ସଂଗ୍ରହ କରି ସମଗ୍ର ଜିଲ୍ଲାରେ ଏନକ୍ୟୁଏ ଏସ ସାର୍ଟିଫିକେସନ ହାସଲ କରିବା କ୍ଷେତ୍ରରେ ଐତିହାସିକ ସଫଳତା ହାସଲ କରିଛି।
ଇତ୍ୟବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ଡୋଳାମଣି ପଟେଲ ଙ୍କ ନେତୃତ୍ୱ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବୁଲୁନାଥ ସାହୁ, ଜିଲ୍ଲା ହିସାବ ପରିଚାଳକ ଶ୍ରୀ ଧୀରେନ୍ଦ୍ର ନାଥ ନନ୍ଦ, ଜିଲ୍ଲା ଗୁଣବତ୍ତା ପରିଚାଳଳ ଶ୍ରୀ ରଞ୍ଜନ କୁମାର ପରିଛା, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ କୁମାର ପଟେଲ, ହସ୍ପିଟାଲ ପରିଚାଳକ ଶ୍ରୀ ଅଭିଷେକ କୁମାର, ସହାୟକ ଯନ୍ତ୍ରୀ ଶ୍ରୀ ଅଶୋକ ମିଶ୍ର, ସହାୟକ ପରିଚାଳକ ସହରାଞ୍ଚଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଶ୍ରୀ ଶୁଭକାନ୍ତ ପଣ୍ଡା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଜିଲ୍ଲା ର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ଙ୍କୁ ସାକ୍ଷାତ କରିଛନ୍ତି l ଜିଲ୍ଲାପାଳ ଉକ୍ତ ସଫଳତା ରେ ଖୁସି ବ୍ୟକ୍ତ କରି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ତଥା ଜିଲ୍ଲା ସ୍ତର ର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇବା ସହ ଉଚ୍ଚପ୍ରଶଂସା କରିଛନ୍ତି l ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ରେ ସମସ୍ତ ବିଭାଗରେ ଏହି ଭଳି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସହ ଏନକ୍ୟୁଏଏସ ସାର୍ଟିଫିକେସନ ପାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି l
0 Comments