କିଛି ଦିନ ପୂର୍ବେ ଦେଶ ରେ ଅଗଷ୍ଟ ୧୫ ତାରିଖ ଦିନ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ତ୍ରିରଙ୍ଗା କୁ ଉଡ଼ାଇ ସମସ୍ତ ଦେଶବାସୀ ଏହି ଜାତୀୟ ପର୍ବ କୁ ପାଳନ କରିଛନ୍ତି । ଦେଶ ର ପ୍ରଧାନମନ୍ତ୍ରୀ ସ୍ଵାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗା କୁ ସମ୍ମାନ ଦେଇ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସମସ୍ତ ଦେଶବାସୀ ତ୍ରିରଙ୍ଗା କୁ ସମ୍ମାନ ଦେଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ଥିଲେ । ତେବେ କଣ ଏ ଦେଶବାସୀ ପ୍ରଧାନମନ୍ତ୍ରୀ କହିଲା ପରେ ତ୍ରିରଙ୍ଗା କୁ ସମ୍ମାନ କରିବେ ଏବଂ ତା ପରେ କଣ ତ୍ରିରଙ୍ଗା କୁ ସମ୍ନାନ ନଦେଇ କୌଣସି ସ୍ଥାନ ରେ ଫୋଫାଡି ଦେବେ ?? ଏ କିପରି ସମ୍ମାନ ଅଟେ ? ଦେଶ ରେ କେବଳ ଅଗଷ୍ଟ ପନ୍ଦର ରେ ହିଁ ତ୍ରିରଙ୍ଗା କୁ ସମ୍ମାନ ଦିଆଯିବ ଓ ଅନ୍ୟ ସମୟ ରେ କଣ ଆମେ ତ୍ରିରଙ୍ଗା ଆମ ଦେଶ ର ରାଷ୍ଟ୍ରୟ ଧ୍ଵଜା ବୋଲି ଭୁଲିଯିବା ? ଓ ଏହି ତ୍ରିରଙ୍ଗା କୁ ଏଣେ ତେଣେ ଫୋଫାଡିବା ? ଫୋଫାଡିବା ଛାଡନ୍ତୁ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସ୍ଵାଧୀନ କମ୍ପ୍ଲେକ୍ସ ପାଖରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ଯେ ପ୍ରକୃତ ରେ ତ୍ରିରଙ୍ଗା କୁ, ଦେଶ କୁ ସମ୍ମାନ କରେ ସେହି ଦେଶବାସୀଙ୍କ ରକ୍ତଫୁଟି ଉଠିବ । ତେବେ ବନ୍ଧବାହାଲ୍ ସ୍ଵାଧୀନ କମ୍ପ୍ଲେକ୍ସ ନିକଟରେ ଥିବା ଏକ କଂସେଇ ଦୋକାନ ରେ ଦୋକାନମାଲିକ ଏକ କଟା ହୋଇଥିବା ଛେଲି ମୁଣ୍ତ କୁ ଏକ ତ୍ରିରଙ୍ଗା ପତାକା ସାହାଯ୍ୟ ରେ ଘୋଡାଇ ରଖିଥିଲେ । ତେବେ ତାଙ୍କୁ ଜଣେ ସଚେତନ ନାଗରିକ ତ୍ରିରଙ୍ଗା କୁ କଣ ପାଇଁ ଅସମ୍ମାନ ସହିତ ଏପରି ଏକ ସ୍ଥାନ ରେ ରଖିଛନ୍ତି କହିବାରୁ ସେହି କଂସେଇ ଦୋକାନ ମାଲିକ ତ୍ରିରଙ୍ଗା ତଳେ ପଡ଼ିଥିଲା ଓ ମୁଁ ତାହାଙ୍କୁ ଗୋଟାଇ ଏଠାରେ ରଖିଛି ବୋଲି କହିଥିଲେ । ତେବେ ଏପରି ତ୍ରିରଙ୍ଗା କୁ ଅସମ୍ମାନ କରିବା କେତେ ଦୂର ଠିକ୍ ? ଯଦି ଜଣେ ଭାରତ ର ନାଗରିକ ନିଜ ଦେଶ ର ଜାତୀୟ ଧ୍ଵଜ କୁ ସମ୍ମାନ ଦେଇପାରୁ ନାହିଁ ତେବେ ଏପରି ଅବସ୍ଥା ରେ ଆଗକୁ ଦେଶ କଉ ଦିଗ କୁ ଗତି କରିବ ? ଆମ ଆସନ୍ତା ପିଢ଼ି ଆମଠୁଁ କଣ ଶିକ୍ଷା ନେବେ ? ଏପରି କରିବା କଣ ଠିକ୍ ଥିଲା ? ତେବେ ତ୍ରିରଙ୍ଗା କୁ ଅସମ୍ମନା କରୁଥିବା ଦେଶବାସି ଧ୍ୟାନ ରଖନ୍ତୁ ଦେଶ ର ରାଷ୍ଟ୍ରୀୟ ଧ୍ଵଜା କୁ କେହି ଅସମ୍ମାନ କରେ, କିମ୍ବା ନଷ୍ଟ କରେ ଏପରି ପରିସ୍ଥିତି ରେ ସେହି ବ୍ୟକ୍ତି କୁ ୧୯୭୧ ଆକ୍ଟ୍ ଅନ୍ତର୍ଗତ ଜେଲ୍ ଦଣ୍ଡ ସହିତ ଜୋରିମାନା ର ଦଣ୍ଡବିଧାନ ରହିଛି ।
0 Comments