ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଛି । ସ୍ଥାନୀୟ ମନମୋହନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଦିବସରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ । ସୂଚନା ଅନୁଯାୟୀ ୧ରୁ ୧୯ ବର୍ଷ ମଧ୍ୟରେ ଜିଲ୍ଲାର ୬୬୮ଟି ପ୍ରାଥମିକ , ଉଚ୍ଚ ପ୍ରାଥମିକ , ଉଚ୍ଚ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ନର୍ସରି ସ୍କୁଲ ସମେତ ୯୬୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପଠନରତ ୧ଲକ୍ଷ ୬୮ହଜାର ୭୧ଜଣ ଛାତ୍ରଛାତ୍ରୀମାନଙ୍କୁ ଏହି ନିଃଶୁଳ୍କ ବଟିକା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କାରାଯାଇଛି।
ଚଳିତ ଅଗଷ୍ଟ ୧୨ତାରିଖରେ ଯେଉଁମାନେ ଏହି ବଟିକା ନେଇ ନ ଥିବେ ଚଳିତ ଅଗଷ୍ଟ ୧୯ତାରିଖ ମପ୍ ଅପ୍ ଦିବସରେ ସେମାନଙ୍କୁ ଏହା ପ୍ରଦାନ କରାଯିବ । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ ) ଡାକ୍ତର ସୁପ୍ରଭା ବାରିକ , ଡାକ୍ତର ଜଗଦୀଶ ଚନ୍ଦ୍ର ପାଟ୍ଟଯୋଶୀ , ପ୍ରଧାନ ଶିକ୍ଷୟତ୍ରୀ ଲଳିତା ପଟେଲ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ସୂଚନା ଅଧିକାରୀ ଯୁଗେଶ୍ୱର କାଲୋ ପରିସଂଖ୍ୟାନ ଅନ୍ୱେଷକ ଘାସିରାମ ଭୋଇ , ଜିଲ୍ଲା ସହରାଞ୍ଚଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଶୁଭକାନ୍ତ ପଣ୍ଡାଙ୍କ ସମେତ ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ , ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳିକା ଦୀପ୍ତିମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନମୋହନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଗଣ ସହଯୋଗ କରିଥିଲେ ।
0 Comments