ଆଜି ଦିନ ସକାଳ ସ୍ଥାନୀୟ ପୁରୁଣାବସ୍ତି ୱାର୍ଡ ନଂ ୧୬ ସ୍ଥିତ ଶୁଖୁଆଗୋଦାମ ଠାରେ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଙ୍କ ନିର୍ଦ୍ଦେଶ ରେ,"ଝାରସୁଗୁଡା ଜିଲ୍ଲା ଜନସଚେତନ ନାଗରିକ ମଞ୍ଚ" ସୌଜନ୍ୟ ରେ ଏକ "ବୁଷ୍ଟର ଡୋଜ ଭ୍ୟାକ୍ସିନେସନ କ୍ୟାମ୍ପ" ଅନୁଷ୍ଠିତ ହୋଇଥିଲା।ଏଥିରେ ଝାରସୁଗୁଡା ଜିଲ୍ଲା ସଚେତନ ନାଗରିକ ମଞ୍ଚ ର ସଭାପତି ଶ୍ରୀ ରଘୁମଣି ପଟେଲ, ଉପସଭାପତି ଶ୍ରୀ ପିଣ୍ଟୁ ପାଢୀ,ସାଧାରଣ ସମ୍ପାଦକ ଶ୍ରୀ ପବନ ସୁଲତାନିଆ,ୱାର୍ଡ ନଂ ୧୬ କାଉଂନ୍ସିଲର ସୁଶ୍ରୀ ନବନିତ କୌର,ସ୍ଥାନୀୟ ବୁଦ୍ଧିଜୀବୀ ଶ୍ରୀ ମନ ରଞ୍ଜନ ମହାପାତ୍ର, ଶ୍ରୀ ଅଶୋକ ମହାପାତ୍ର, ଶ୍ରୀ ସଂଗ୍ରାମ ମହାନ୍ତି,ଶ୍ରୀମତି ସରିତା ଅଗ୍ରୱାଲ, ଶ୍ରୀମତୀ ରୁପା ଦାସ ଉପସ୍ଥିତ ରହି ଟୀକାକରଣ ସୁଚାରୁ ରୁପେ ସମ୍ପାଦନା କରିବାରେ ଦିଗଦର୍ଶନ କରିଥିଲେ।ଆଜି ପ୍ରତିକୂଳ ପାଗ ସତ୍ୱେ ସ୍ଥାନୀୟ ବାସିନ୍ଦା ବିପୁଳ ଉତ୍ସାହ ର ସହ ଏହି ଟୀକାକରଣ ରେ ସାମିଲ ହେଇଥିଲେ।ସର୍ବମୋଟ ୨୨୩ ଜଣ ଆଜି ଏହି ଟୀକା ନେଇଥିଲେ।
0 Comments