
କିର୍ମିରା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଦେଶ ର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସମ୍ମାନ ରେ କିର୍ମିରା ବ୍ଲକ ବିଜେପି ଉପସଭାପତି ଅମିତ ରଣା ଙ୍କ ନେତୃତ୍ବ ରେ ବିଜୟ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଝାରମୁଣ୍ଡା ମହାକାଳ ଛକ ରୁ ଶୋଭାଯାତ୍ରା ବାହାରିବା ସହ ବିଜେପି କର୍ମକର୍ତ୍ତା ମିଷ୍ଟାନ୍ନ ବଣ୍ଟନ ପୂର୍ବକ ଆନନ୍ଦ ଉଲ୍ଲାସ ରେ ବିଜୟୋତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ସଭାପତି ବିଜୟ ଶର୍ମା, ଉପସଭାପତି ଅମିତ ରଣା, ସାଧାରଣ ସଂପାଦକ ଝସକେତନ ପ୍ରଧାନ, ବରିଷ୍ଠ କର୍ମୀ ମାଂଗିଲାଲ ଡିଲା, ବାବୁଲାଲ କିସାନ, ଗଗନ ଧୁରୁଆ, ବିଜୁ ସା, ଜଲନ୍ଧର ବାଗ ପ୍ରମୁଖ ଯୋଗଦେଇଥିଲେ।
0 Comments