ଝାରସୁଗୁଡ଼ା ଏନ୍.ଟି.ଟି.ପି.ପି. ପ୍ରକଳ୍ପାଞ୍ଚଳରେ ଏନ୍.ଏଲ୍.ସି. ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସ୍ଥାୟୀ ଜୀବିକା ବିକାଶ କାର୍ଯ୍ୟକ୍ରମ


 ଏନ୍.ଏଲ୍.ସି. ତାଲାବିରା ଥର୍ମାଲ ପାୱାର ପ୍ରକଳ୍ପ ଅଧୀନରେ ପ୍ରକଳ୍ପ ପ୍ରଭାବିତ ପରିବାରଗୁଡ଼ିକର ଯୁବକ-ଯୁବତୀମାନଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ପାଇଁ 'ଏନ୍.ଏଲ୍.ସି. ଇଣ୍ଡିଆ ଲିମିଟେଡ୍' ସମୁଦାୟ ୨୧୦ ଜଣ ଯୁବକ-ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି, ଯେଉଁଥିରେ 'ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରିସିଆନ୍' ଟ୍ରେଡ୍‌ରେ ୩୦ ଜଣ ଏବଂ 'ସେଲ୍ଫ ଏମ୍ପ୍ଲୋଏଡ୍ ଟେଲର' ଟ୍ରେଡ୍‌ରେ ୧୮୦ ଜଣ ଯୁବତୀ ସାମିଲ ଅଛନ୍ତି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ଏବଂ ସ୍ବନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରିପାରିଛି। ସମ୍ପ୍ରତି, 'ସେଲ୍ଫ ଏମ୍ପ୍ଲୋଏଡ୍ ଟେଲର' କାର୍ଯ୍ୟକ୍ରମରେ ୬୦ ଜଣ ତାଲିମପ୍ରାପ୍ତ ଯୁବତୀ ସଫଳତାର ସହ ତାଲିମ ଶେଷ କରିବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ଏବଂ ମାଗଣା ସିଲେଇ ମେସିନ୍ ବଣ୍ଟନ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏବଂ ଏନ୍.ଟି.ଟି.ପି.ପି.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ପ୍ରକଳ୍ପ ମୁଖ୍ୟ ଶ୍ରୀ ସନ୍ତୋଷ ସି. ଏସ୍.‌ଙ୍କ ଗହଣରେ ଏହି ସାର୍ଟିଫିକେଟ୍ ଓ ସିଲାଇ ମେସିନ୍ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଆଗାମୀ ବ୍ୟାଚ୍ ପାଇଁ ଆଉ ୬୦ ଜଣ ଯୁବତୀଙ୍କୁ ନୂତନ ଭାବେ ଶୁଭାରମ୍ଭ କରାଯାଇଛି। 'ସେଲ୍ଫ ଏମ୍ପ୍ଲୋଏଡ୍ ଟେଲର' ଟ୍ରେଡ୍‌ରେ ସମୁଦାୟ ୩୦୦ ଜଣ ଯୁବତୀଙ୍କୁ ତାଲିମ ଦେବା ପାଇଁ ଏନ୍.ଏଲ୍.ସି.ଆଇ.ଏଲ୍. ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହି ପଦକ୍ଷେପ ସ୍ଥାନୀୟ ସମୁଦାୟର ବିକାଶ, ଜୀବିକାରେ ସୁଧାର ଏବଂ ସରକାରଙ୍କ 'ସ୍କିଲ୍ ଇଣ୍ଡିଆ' ଓ 'ଆତ୍ମନିର୍ଭର ଭାରତ' ସ୍ବପ୍ନକୁ ସାକାର କରିବାରେ ବେଶ୍ ସହାୟକ ହେଉଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ହିର୍ମାଠାରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଥିବା ସରକାରୀ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହାପରେ ସେ ଏନ୍.ଏଲ୍.ସି.ଆଇ.ଏଲ୍. ପକ୍ଷରୁ ନିର୍ମାଣାଧୀନ ବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ମଧ୍ୟ ଅନୁଧ୍ୟାନ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done