ସରବାହାଲ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ବାହୁଡ଼ା ଯାତ୍ରା ଅନୁଷ୍ଠୀତ


 ସରବାହାଲ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ବାହୁଡ଼ା ଯାତ୍ରା ଅନୁଷ୍ଠୀତ ହୋଇଥିଲା ଏହି ବାହୁଡ଼ା ଯାତ୍ରା ରେ ପୂର୍ବତନ ବିଧାୟିକା ସୁଶ୍ରୀ ଦୀପାଳି ଦାସ ଯୋଗ ଦେଇ ରଥ ଟାଣି ଥିଲେ। ସରବାହାଲ ରେ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଟିତ ହୋଇଥିଲା। ପୂଜକ ଭାବେ ଅଜୟ ମିଶ୍ର ଓ ସରବାହାଲ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ଅଧ୍ୟକ୍ଷ ହୃଷୀକେଶ ମିଶ୍ର ଛେରା ପହଁରା ନୀତି କରିଥିଲେ। ମନ୍ଦିର କମିଟି ପକ୍ଷରୁ ବାହୁଡ଼ା ଯାତ୍ରା ଅବସରରେ ଖିଚିଡି ଭୋଗ ବଣ୍ଟା ଯାଇଥିଲା। 

ମନ୍ଦିର କମିଟି ର ସଦସ୍ୟ ରବୀନ୍ଦ୍ର ଦୀକ୍ଷିତ, ବାସୁଦେବ ମିଶ୍ର, ସରୋଜ ପାଢୀ, ପିଣ୍ଟୁ ପାଢ଼ୀ, ଗଙ୍ଗା ମିଶ୍ର, ରାଜେଶ ପାଢୀ, ମୁନ୍ନା ମିଶ୍ର, ବସନ୍ତ ପଣ୍ଡା, ଜିତୁ ପୂଝାରୀ ପ୍ରଭୂତି ଆୟୋଜନ ରେ ପ୍ରମୂଖ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done