ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି


 ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ୦୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି ।ଏହି କ୍ରମରେ ବିଭିନ୍ନ ମତଦାନ କେନ୍ଦ୍ରରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି।ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ସତେଜ ଏବଂ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସମୀକ୍ଷା ବୈଠକଗୁଡ଼ିକରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମଧ୍ୟ ସ୍ୱୟଂ ଉପସ୍ଥିତ ରହି କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିବା ସହ ଆବଶ୍ୟକୀୟ ଦିଗଦର୍ଶନ ଦେଇଛନ୍ତି। ଏହି ସଂଶୋଧନ ଅଭିଯାନ ଅନ୍ତର୍ଗତରେ କିର୍ମିରା ବ୍ଲକର ବିଭିନ୍ନ ବୁଥ୍ ସମେତ ୧୪୦ ଏବଂ (୧୪୫) ନମ୍ବର ବୁଥ୍‌ରେ ବିଏଲ୍ଓ ଓ ବିଏଲ୍ଏମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ଏଥିସହିତ ସାହାସପୁର-୧ ଏବଂ ସାହାସପୁର-୨ ର ବିଭିନ୍ନ ମତଦାନ କେନ୍ଦ୍ର, ବୁଥ୍ ନମ୍ବର ୧୯୪, ବାବୁଛିପିଡ଼ିହି ସ୍ଥିତ ବୁଥ୍ ନମ୍ବର ୨୧୧ ଏବଂ ନକ୍ସାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବୁଥ୍ ନମ୍ବର ୧୫୮ ଓ ୧୫୯ ଠାରେ ମଧ୍ୟ ସ୍ଵତନ୍ତ୍ର ବୈଠକମାନ ସଫଳତାର ସହ ସମ୍ପନ୍ନ ହୋଇଛି। ଏହା ବ୍ୟତୀତ ବୁଥ୍ ନମ୍ବର ୨୪୦ ଠାରେ ଆୟୋଜିତ ବୈଠକରେ ସ୍ଥାନୀୟ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଓ ମୃତ ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଏହି ସମସ୍ତ ବୁଥ୍ ସ୍ତରୀୟ ବୈଠକରେ ନୂତନ ଭୋଟର ନାମ ପଞ୍ଜୀକରଣ, ସଂଶୋଧନ ଏବଂ ଆଧାର ସଂଯୋଗୀକରଣ ଭଳି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବିଏଲ୍ଓ ଏବଂ ବିଏଲ୍ଏମାନେ ମିଳିତ ଭାବେ ପ୍ରତିଟି ଘର ସର୍ଭେ ତଥ୍ୟକୁ ଯାଞ୍ଚ କରିବା ସହ କୌଣସି ବି ଯୋଗ୍ୟ ଭୋଟର ଯେପରି ଏହି ପ୍ରକ୍ରିୟାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ କୁ ବ୍ୟାପକ ଭାବେ ସଫଳ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done