ବୃହତ ଶିଳ୍ପ ଓ ଏମଏସଏମଇ ମଧ୍ୟରେ ସମନ୍ୱୟ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ


 ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପ ସମୃଦ୍ଧ ପରିବେଶକୁ ଆହୁରି ସୁଦୃଢ଼ କରିବା ଏବଂ ସ୍ଥାନୀୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବୃହତ ଶିଳ୍ପାନୁଷ୍ଠାନ ଏବଂ ଏମଏସଏମଇ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲ୍ଲାରେ ଶିଳ୍ପ ଅନୁକୂଳ ପରିସଂସ୍ଥାନ ସୃଷ୍ଟି କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା।


ଏହି ଆଲୋଚନାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଏବଂ 'ଦୀପା' ଟିମ୍‌ ଝାରସୁଗୁଡ଼ାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବୈଠକର ରୂପରେଖ ପରିଚାଳନା କରିଥିଲେ। ବୈଠକରେ ବୃହତ ଶିଳ୍ପଗୁଡ଼ିକ ଦ୍ୱାରା ସ୍ଥାନୀୟ ଏମଏସଏମଇ ଉଦ୍ୟୋଗଗୁଡ଼ିକରୁ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ତଥା ସେବା କ୍ରୟ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ସ୍ଥାନୀୟ ବ୍ୟବସାୟୀ ଓ ଉଦ୍ୟୋଗୀମାନେ ବ୍ୟାପକ ଭାବେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରାଯାଇଛି। ଏହି ସମନ୍ୱୟକୁ ସହଜ, ସ୍ୱଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏକ ସ୍ୱତନ୍ତ୍ର "ଏମଏସଏମଇ ଏବଂ ବୃହତ ଶିଳ୍ପ ପୋର୍ଟାଲ" (Dedicated MSME & Large Industry Portal) ବିକଶିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଡିଜିଟାଲ୍ ପୋର୍ଟାଲ୍ ମାଧ୍ୟମରେ ବୃହତ ଶିଳ୍ପଗୁଡ଼ିକ ସେମାନଙ୍କର ଆବଶ୍ୟକତା ଏବଂ ଏମଏସଏମଇ ଗୁଡ଼ିକ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ବିବରଣୀ ସହଜରେ ସେୟାର କରିପାରିବେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done