୨ୟ ଝାରସୁଗୁଡା ଜିଲ୍ଲା କ୍ୟୋରୁଗି ଓ ପୁମ୍ସେ ତାଇକ୍ୱାଣ୍ଡୋ ଚ୍ୟାମ୍ପିଅନଶିପ୍-୨୦୨୬ ସଫଳତାର ସହ ଅନୁଷ୍ଠିତ ଝାରସୁଗୁଡା


 ଏହସାସ ତାଇକ୍ୱାଣ୍ଡୋ ଏକାଡେମୀ ଦ୍ୱାରା ଆୟୋଜିତ, ଝାରସୁଗୁଡା ଜିଲ୍ଲା ତାଇକ୍ୱାଣ୍ଡୋ ସଂଘ ଦ୍ୱାରା ପ୍ରୋତ୍ସାହିତ ଏବଂ ଓଡ଼ିଶା ତାଇକ୍ୱାଣ୍ଡୋ ସଂଘର ତତ୍ତ୍ୱାବଧାନରେ ୨ୟ ଝାରସୁଗୁଡା ଜିଲ୍ଲା କ୍ୟୋରୁଗି ଓ ପୁମ୍ସେ ତାଇକ୍ୱାଣ୍ଡୋ ଚ୍ୟାମ୍ପିଅନଶିପ୍-୨୦୨୬ ବ୍ରଜରାଜନଗର ସ୍ଥିତ ମଲ୍ଟି ପର୍ପୋଜ୍ ଇନଡୋର ଷ୍ଟାଡିୟମରେ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ଜିଲ୍ଲାସ୍ତରୀୟ ଚ୍ୟାମ୍ପିଅନଶିପ୍‌କୁ ଏହସାସ ତାଇକ୍ୱାଣ୍ଡୋ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ (Head Coach) ମନୀଷ ମହାନ୍ତିଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ସୁଚାରୁ ଭାବେ ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମୋଟ ୪୦ ଜଣ ବାଳକ ଓ ବାଳିକା ବିଭିନ୍ନ ବୟସ ଓ ଓଜନ ବର୍ଗରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ନୈପୁଣ୍ୟ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।

କ୍ୟୋରୁଗି ଏବଂ ପୁମ୍ସେ ଉଭୟ ବିଭାଗରେ ଖେଳାଳିମାନଙ୍କ ଉତ୍ସାହଜନକ ପ୍ରଦର୍ଶନ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ଚୟନିତ ଖେଳାଳିମାନେ ଆଗାମୀ ରାଜ୍ୟ ତାଇକ୍ୱାଣ୍ଡୋ ଚ୍ୟାମ୍ପିଅନଶିପ୍‌ରେ ଝାରସୁଗୁଡା ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ।

ସମାପନୀ ଉତ୍ସବରେ ବିଜେତା ଏବଂ ସଫଳ ଖେଳାଳିମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅଭିଭାବକ, ପ୍ରଶିକ୍ଷକ ଏବଂ କ୍ରୀଡ଼ାପ୍ରେମୀମାନଙ୍କ ସକ୍ରିୟ ଉପସ୍ଥିତି ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା।

ଆୟୋଜକମାନେ ସମସ୍ତ ଅଂଶଗ୍ରହଣକାରୀ, ଅଭିଭାବକ, ପ୍ରଶିକ୍ଷକ ଏବଂ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଜିଲ୍ଲାରେ ତାଇକ୍ୱାଣ୍ଡୋ ଖେଳର ବିକାଶ, ଶୃଙ୍ଖଳା ଏବଂ ଯୁବ ପ୍ରତିଭାମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରକୁ ଆଗେଇ ନେବାରେ ଏଭଳି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମତ ପ୍ରକାଶ ପାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done