ମୁହଁରେ କଳା କପଡା ବାନ୍ଧି କାଉନସିଲ ବୈଠକରେ ଯୋଗଦେଲେ ଉପନଗରପାଳ ଓ ତାଙ୍କ ସମର୍ଥିତ କାଉନସିଲରମାନେ


 ମୁହଁରେ କଳା କପଡା ବାନ୍ଧି କାଉନସିଲ ବୈଠକରେ ଯୋଗଦେଲେ ଉପନଗରପାଳ ଓ ତାଙ୍କ ସମର୍ଥିତ କାଉନସିଲରମାନେ l ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦରେ ଆଜି କାଉନସିଲ ବୈଠକରେ ଦେଖାଦେଇଛି ଏହିପରି ଦୃଶ୍ୟ l ବେଲପାହାଡ ପୌରପରିଷଦରେ ବ୍ୟାପକ ଦୁର୍ନୀତି କରାଯିବାସହ ପୌର ପରିଷଦକୁ ଆସିଥିବା ପାଣ୍ଠିର ହିସାବ ପ୍ରଦାନ ନ କରିବା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଚାପରେ କାମ କରୁଥିବା, କିଛି ନିର୍ଦ୍ଧିଷ୍ଟ ୱାଡ଼କୁ ଛାଡିଦେଲେ ଅଧିକାଂଶ ୱାର୍ଡରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉନଥିବା ଆଦି ଅଭିଯୋଗ କରି ମୁହଁରେ କଲା କପଡା ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉପନଗରପାଳ ଏବଂ ତାଙ୍କ ସମର୍ଥିତ କାଉନସିଲର l ଏହାସହ ବେଲପାହାଡ ପୌରପରିଷଦକୁ ଆସିଥିବା ପାଣ୍ଠି ଏବଂ ଆୟବ୍ୟୟର ହିସାବ ଦେବା ପରେ କାଉନସିଲ ବୈଠକ କରାଯାଉଛି ବୋଲି ଦାବି କରିଛନ୍ତି ଉପନଗରପାଳ ଏବଂ ତାଙ୍କୁ ସମର୍ଥନ କରୁଥିବା କାଉନସିଲରମାନେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done