ଲଇକେରା ବ୍ଲକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ


 ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଲଇକେରା ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସେଠାକୁ ଆସିଥିବା ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ମୌଳିକ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଶୁଣିବା ସଙ୍ଗେ ସଙ୍ଗେ ଲୋକଙ୍କ ପ୍ରତିଟି ସମସ୍ୟାର ତ୍ୱରିତ ସମାଧାନ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଜଣେ ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୦,୦୦୦ ଟଙ୍କାର ଜରୁରୀକାଳୀନ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ଆଜିର ଏହି ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୩୭ ଗୋଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୨୫ ଗୋଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୧୨ ଗୋଟି ସାମୁଦାୟିକ ବା ଗୋଷ୍ଠୀଗତ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ରହିଥିଲା। ଶିବିରରେ ମୁଖ୍ୟତଃ ସ୍ଥାନୀୟ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରର ପରିଚାଳନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ, ବିଭିନ୍ନ ଅଞ୍ଚଳର ଜମି ଜମା ସମ୍ବନ୍ଧୀୟ ବିବାଦ, ପାନୀୟ ଜଳ ସମସ୍ୟା, ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଏବଂ ଗ୍ରାମୀଣ ରାସ୍ତା ନିର୍ମାଣ ଆଦି ସମ୍ପର୍କିତ ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ଏହି ସମସ୍ତ ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ସରକାରୀ ସେବାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏକ ସ୍ପଷ୍ଟ ଓ କଡ଼ା ନିର୍ଦ୍ଦେଶ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ଜନ ଶୁଣାଣି ଶିବିରକୁ ଆସୁଥିବା ଲୋକମାନଙ୍କର ମୌଳିକ ସମସ୍ୟାଗୁଡ଼ିକୁ ବିଭାଗୀୟ ସ୍ତରରୁ ଯଥାଶୀଘ୍ର ଆବଶ୍ୟକୀୟ କାର୍ଯ୍ୟବଳି ଆଧାରରେ ସମ୍ପୂର୍ଣ୍ଣ କରାଯାଉ। ସମସ୍ତ ବକେୟା ପଡ଼ିଥିବା କାର୍ଯ୍ୟକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ କହିବା ସହ ଲୋକଙ୍କ ସମସ୍ୟା ମୂଳକ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ବରଦାସ୍ତ କରାଯିବ ନାହିଁ ଏବଂ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ନାୟକ, ଲଇକେରା ବ୍ଲକ ଚେୟାରମ୍ୟାନ୍ ଶ୍ରୀ ସଞ୍ଜୀବ ନାୟକ, ଲଇକେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ ଏବଂ ଲଇକେରା ତହସିଲଦାର ଶ୍ରୀ ଦିଲ୍ଲୀପ ମାଝୀ ପ୍ରମୁଖ ଉପସ୍ଥିତ ରହି ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ। ଏହା ସହିତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ମୁଖ୍ୟ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ଲଇକେରା ବ୍ଲକର ଅଧିକାରୀମାନେ ଏହି ଶିବିରରେ ସାମିଲ ହୋଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done