ବେଆଇନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଗିରଫ


 ବେଲପାହାଡ଼ ପୋଲିସ୍ ଦ୍ଵାରା ବେଆଇନ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୭ କେଜି ୧୭୦ ଗ୍ରାମ ଗଞ୍ଜେଇ ଜବତ୍ କରାଯାଇଛି । ଅପରାଧ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ପୋଲିସ୍ ନିଶା ମୁକ୍ତ ଓଡିଶା ଅଭିଯାନ ଜାରି ରଖିଛି । ଆଉ ଏହି ଅଭିଯାନ ଅନ୍ତର୍ଗତ ବେଲପାହାଡ଼ ପୋଲିସର ଏକ ଟିମ୍ ପକ୍ଷରୁ ବେଲପାହାଡ଼ ରେଳ ଷ୍ଟେସନ ନିକଟରେ ଏକ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ପୋଲିସ୍ ଦୁଇ ଜଣ ମହିଳା ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ୧୭ କେଜି ୧୭୦ ଗ୍ରାମ ଚୋରା ଗଞ୍ଜେଇ ଜବତ୍ କରାଯାଇଥିଲା । ଅଭିଯୁକ୍ତ ଦୁଇଜଣ ଖୋର୍ଦ୍ଧା ଜିଲ୍ଲାର ଲକ୍ଷ୍ମୀ ସେଠୀ ଏବଂ ମନୁ ସେଠୀ ହୋଇଥିବା ବେଳେ ତାଙ୍କ ପାଖରୁ ଗଞ୍ଜେଇ ସହିତ ଦୁଇଟି ମୋବାଇଲ ଫୋନ୍e ଏବଂ ନଗଦ ୪୦୪୦ ଟଙ୍କା ଜବତ୍ କରାଯାଇଥିଲା । ବେଲପାହାଡ଼ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done