ଝାରସୁଗୁଡ଼ା ସରବାହଲ ଠାରେ ୫ ଏକର ଜମିରେ ନିର୍ମାଣ ହେବ ଅତ୍ୟାଧୁନିକ ‘ଫୁଡ୍ କୋର୍ଟ’ ଓ ‘ଖାଓ ଗଲି’


 ଝାରସୁଗୁଡ଼ା, ସହରର ସରବାହଲ ଅଞ୍ଚଳରେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଷ୍ଟ୍ରିଟ୍ ଭେଣ୍ଡର (ଖୁଚୁରା ବ୍ୟବସାୟୀ) ମାନଙ୍କର ସ୍ଥାୟୀ ଥଇଥାନ ଏବଂ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୂପ ପୌରପାଳିକା ଅଞ୍ଚଳର ବ୍ୟବସାୟୀଙ୍କ ପାଇଁ ସରବହାଲ ନିକଟରେ ପ୍ରାୟ ୫ ଏକର ପରିମିତ ଜମିରେ ଏକ ଅତ୍ୟାଧୁନିକ ‘ଫୁଡ୍ କୋର୍ଟ’ ଏବଂ ‘ଖାଓ ଗଲି’ ନିର୍ମାଣ କରାଯିବା ନେଇ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରି ଏହି ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କରିବା ସହ ଏହାର ରୂପରେଖ ସମ୍ପର୍କରେ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କ ସହ ଆଲୋଚନା କରିଛନ୍ତି।

MSBY ଅନ୍ତର୍ଗତରେ ଏହି ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ସ୍ତରରେ ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଅଧୀନରେ ଜନସାଧାରଣ ଓ ବ୍ୟବସାୟୀଙ୍କ ସୁବିଧା ପାଇଁ ଆଲୋକୀକରଣ, ଶୌଚାଳୟ, ପିଇବା ପାଣି, ବସିବା ବ୍ୟବସ୍ଥା, ଗାଡ଼ି ପାର୍କିଂ ସୁବିଧା ଏବଂ ଏକ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ଭଳି ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପ ଜରିଆରେ ସରବାହଲ ଅଞ୍ଚଳରେ ଥିବା ସମସ୍ତ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଗୋଟିଏ ସ୍ଥାନରେ ସୁବ୍ୟବସ୍ଥିତ ଭାବେ ରଖାଯିବ। ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ ସୁବିଧା ପାଇଁ ଏଠାରେ ଏକ ବୃହତ ଗାଡ଼ି ପାର୍କିଂ ସ୍ଥଳର ମଧ୍ୟ ବିକାଶ କରାଯିବ। ପ୍ରସ୍ତାବିତ ସରକାରୀ ଜମିରେ ଥିବା ଜବରଦଖଲକାରୀଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ସେଠାରୁ ଉଚ୍ଛେଦ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସରକାରୀ ଜମିକୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରାଯାଇ କିପରି ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌରପାଳିକା ନିର୍ବାହୀ ଅଧିକାରୀ ମଲ୍ଲିକ ଜବରଦଖଲ ଚିହ୍ନଟ ପ୍ରକ୍ରିୟା ଏବଂ ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done