ଝାରସୁଗୁଡା ଜିଲ୍ଲାରେ “ସ୍ୱତନ୍ତ୍ର କୃଷକ ପଞ୍ଜିକରଣ ଏବଂ ରାସାୟନିକ ସାର ର ସନ୍ତୁଳିତ ବ୍ୟବହାର ଉପରେ ଏକ କୃଷି ରଥ” ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ


 କୃଷକମାନଙ୍କୁ ସାର ବ୍ୟବହାର, ଏଗ୍ରିଷ୍ଟ୍ୟାକ ଓ କୃଷି ସମ୍ପର୍କିତ  ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ଝାରସୁଗୁଡା ଜିଲ୍ଲାରେ “ସ୍ପେସିଆଲ କୃଷି ରଥ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।  ଆଜି ପୂର୍ବାହ୍ନ ରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ ) ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ ଏବଂ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ  ଶ୍ରୀଯୁକ୍ତ ପ୍ରଦୀପ କୁମାର ନନ୍ଦ ପତାକା ଦେଖାଇ ସ୍ୱତନ୍ତ୍ର କୃଷି ରଥର ଶୁଭାରମ୍ଭ କରିଥିଲେ l ଏହି ସଚେତନତା ଅଭିଯାନ “ଫର୍ଟିଲାଇଜର ଏବଂ ଏଗ୍ରିଷ୍ଟ୍ୟାକ ସଚେତନତା ଉପରେ ନିଶ୍ଚିତ ଭାବେ ଲୋକଙ୍କୁ ସଚେତନ କରିବ ବୋଲି ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଭୋଇ ମତବ୍ୟକ୍ତ କରିଥିଲେ l

ଏହି କାର୍ଯ୍ୟକ୍ରମରେ  ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟା ଳୟ ର  ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସ୍କିମ ଅଫିସର ଶ୍ରୀମତୀ ଭାଗ୍ୟଶ୍ରୀ ଦାସ,  ସହକାରୀ କୃଷି ଅଧିକାରୀ ଶ୍ରୀମତୀ ସସ୍ମିତା ପଟେଲ, ବ୍ଲକ କୃଷି ଅଧିକାରୀ, ଝାରସୁଗୁଡା ଶ୍ରୀଯୁକ୍ତ ଅମ୍ରିତ ଲୁଗୁନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମକୁ ସମନ୍ୱୟ କରିଥିଲେ।

କୃଷି ରଥ ମାଧ୍ୟମରେ କୃଷକମାନଙ୍କୁ ସଠିକ ସାର ପ୍ରୟୋଗ, ମାଟି ପରୀକ୍ଷା, ଡିଜିଟାଲ କୃଷି ସେବା ଓ ଏଗ୍ରିଷ୍ଟ୍ୟାକ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରାଯାଉଛି।

ଏହି କୃଷି ରଥ ଅଭିଯାନ ୫ ମଇରୁ ୧୪ ମଇ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିବ। ଝାରସୁଗୁଡା ବ୍ଲକରେ ୫ ଓ ୬ ମଇ, କୋଲାବିରାରେ ୭ ମଇ, କିର୍ମିରାରେ ୮ ମଇ, ଲାଇକେରାରେ ୯ ଓ ୧୦ ମଇ ଏବଂ ଲଖନପୁରରେ ୧୦ ରୁ ୧୪ ମଇ ପର୍ଯ୍ୟନ୍ତ କୃଷି ରଥ ପରିଚାଳିତ ହେବ। ଚଳିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ପ୍ରତିଦିନ ସକାଳ ୭ଟାରୁ ୧୦ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଏହାର ଚଳାଚଳ ହେବ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done