ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ, ଝାରସୁଗୁଡ଼ା ଜିଲ୍ଲାର କୁକୁରଜଙ୍ଘା ସ୍ଥିତ ଶ୍ରୀ ପତିତ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଆଗାମୀ ୨୦୨୬ ମସିହା ରଥ ଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି।
ଆଜି ପ୍ରଭାତରୁ ଶୁଭ ଲଗ୍ନରେ ଆଜ୍ଞା ମାଳ ଉତ୍ତୋଳନ ପୂର୍ବକ ରଥ କାଠ ଅନୁକୂଳ ନୀତି ସୁସମ୍ପନ୍ନ ହୋଇଛି। ଏହି ପବିତ୍ର ଅନୁଷ୍ଠାନରେ ବିପୁଳ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଉତ୍ସାହଜନକ ଉପସ୍ଥିତି ଲକ୍ଷ୍ୟ କରାଯାଇଛି
ସମଗ୍ର ଅନୁଷ୍ଠାନ ମନ୍ଦିରର ମୁଖ୍ୟ ପଣ୍ଡିତ ଶ୍ରୀ ଅକ୍ଷୟ ମିଶ୍ର ଙ୍କ ତତ୍ତ୍ୱାବଧାନ ଓ ସହଯୋଗରେ ସଂପୂର୍ଣ ବୈଦିକ ବିଧି ଅନୁଯାୟୀ ପାଳିତ ହୋଇଛି। ଶ୍ରୀ ପତିତ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ଟେମ୍ପଲ ଟ୍ରଷ୍ଟର ଉଦ୍ୟୋଗ ଓ ପ୍ରଯତ୍ନରେ ସମଗ୍ର ଅନୁଷ୍ଠାନ ଅତ୍ୟନ୍ତ ଭବ୍ୟ ଓ ଆଡ଼ମ୍ବରରେ ପରିପୂର୍ଣ ହୋଇ ସଂପନ୍ନ ହୋଇଛି।
ଅନୁଷ୍ଠାନ ଶେଷରେ ଉପସ୍ଥିତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ମହାପ୍ରସାଦ ଅନ୍ନ ବଣ୍ଟନ କରାଯାଇଛି।


0 Comments