ମହାତ୍ମା ହଂସରାଜଙ୍କ ଜନ୍ମଜୟନ୍ତୀ ଓ ସମର୍ପଣ ଦିବସ ପାଳିତ


 ଝାରସୁଗୁଡ଼ା ଡିଏଭି ପରିସରରେ ଆର୍ଯ୍ୟ ସମାଜର ଜଣେ ପ୍ରମୁଖ ଶିକ୍ଷାବିତ, ସମାଜ ସଂସ୍କାରକ ତଥା ଡିଏଭି ଶିକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ହଂସରାଜଙ୍କ ୧୬୩ ତମ ଜନ୍ମଜୟନ୍ତୀ ତଥା ସମର୍ପଣ ଦିବସ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମର ଆରମ୍ଭରେ ମହାତ୍ମା ହଂସରାଜଙ୍କ ଫଟୋ ଫଳକରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ଏହା ସହିତ ବିଦ୍ୟାଳୟ ପରିସରରେ ଏକ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ଶିକ୍ଷୟିତ୍ରୀ ଡ. ବେଦୁଲା ମଞ୍ଜୁଶ୍ରୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ନମିତା ପାଣ୍ଡେ ଅଭିଭାଷଣରେ ମହାତ୍ମା ହଂସରାଜଙ୍କ ଜୀବନ ଦର୍ଶନ, ଶିକ୍ଷା ପ୍ରତି ତାଙ୍କର ସମର୍ପଣ ଓ ସମାଜ ପ୍ରତି ତାଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଜୟନ୍ତୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଅକ୍ଷୟ ପାଣି, ନୟନ ପ୍ରଧାନ, ସରିତା ମିଶ୍ର, ସୁନନ୍ଦା ପ୍ରହରାଜ ଓ ଅଙ୍କିତା ସାହୁଙ୍କ ମୁଖ୍ୟ ସହଯୋଗ ରହିଥିଲା। ଏହି ପାଳନୀୟ କାର୍ଯ୍ୟକ୍ରମ ମାଧ୍ୟମରେ ମହାତ୍ମା ହଂସରାଜଙ୍କ ପରି ଆଦର୍ଶ ବ୍ୟକ୍ତିତ୍ଵ ଓ ସମର୍ପିତ ମାନବିକତାର ଅଧିକାରୀ ହେବା ଲାଗି ସମସ୍ତଙ୍କୁ ଅନୁପ୍ରେରିତ କରାଗଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done