ବରପାଲି ଗ୍ରାମରେ ଅଷ୍ଟ ପହର ନାମଯଜ୍ଞ ଉଦଯାପିତ


 ବ୍ରଜରାଜନଗର - ଝାରସୁଗୁଡ଼ା ବ୍ଲକ୍ ଚାନ୍ଦିନୀମାଲ ଅନ୍ତର୍ଗତ ବରପାଲି ଗ୍ରାମରେ ରବିବାର ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ନାମଯଜ୍ଞ ପାଇଁ ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ଶତାଧିକ ମହିଳା ବସୁନ୍ଧରା ନଦୀରୁ ଘଟ କଳସରେ ଜଳ ଆଣି ପୁଜା ସ୍ଥାନରେ ସ୍ଥାପନ କରିଥିଲେ । ଶନିବାର ମହାମନ୍ତ୍ର ନାମ ଆରମ୍ଭ ହୋଇ ରବିବାର ନାମ ସମାପନ ପରେ ପୂର୍ଣ୍ଣାହୁତି,ନଗର କୀର୍ତ୍ତନ,ଦାଧିଭାଣ୍ଡ ଭଞ୍ଜନ ସହ କଳସ ବିସର୍ଜନ କରାଯାଇଥିଲା । ନାମ ସଙ୍କୀର୍ତ୍ତନରେ କେଛୋବାହାଲ,ଚିଚିଣ୍ଡା,ଚାନ୍ଦିନୀମାଲ,ହଂ.କଟାପାଲି,ଖମନ୍,କୋଇଲଗା,ଚାରର୍ଭାଟି,ରାଜପୁର ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୬ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ଆଇଁଲାପାଲି ଓ କଦେଲପିଟା ସଂକୀର୍ତ୍ତନ ମଣ୍ଡଳୀ ନଗର ପରିକ୍ରମା କରିଥିଲେ । ଏହି ନାମଯଜ୍ଞରେ ମୁଖ୍ୟ ପୂଜକ ସହଦେବ ମିଶ୍ର ଓ ତାଙ୍କ ସହଯୋଗୀ ବଂଶୀ ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିଲେ । ଯୁବରାଜ ବିଶି ଓ ତାଙ୍କ ଧର୍ମପତ୍ନୀ ରୋହିଣି ବିଶି କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । ଷଡ଼ବୈଷ୍ଣବ ଭାବରେ ବ୍ରଜମୋହନ ଭଇଁଷାଲ,ଲୋଚନ ପ୍ରଧାନ,ପଙ୍କଜ ସେଟ,ରାଜୁ ମାଝୀ,ଲଳିତ ସେଟ ଓ ଦେବାର୍ଚ୍ଚନ ବଢାଇ ପ୍ରମୁଖ ଦାୟିତ୍ଵ ଗ୍ରହଣ କରିଥିଲେ । ଗ୍ରାମରେ ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଓ ଗ୍ରାମ୍ୟ କମିଟି ତରଫରୁ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି,ଗ୍ରାମ୍ୟ କମିଟିର ସଦସ୍ୟ,ମାତୃ ମଣ୍ଡଳୀ,ନାମ ସଙ୍କୀର୍ତ୍ତନ ଦଳ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done