ବିଗତ ବଜେଟ ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଠାରେ ଏକ ନୂତନ ବିଶ୍ୱବିଦ୍ୟାଳୟ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହାକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି। ଏହି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ସମଗ୍ର ଜିଲ୍ଳାର ଭୌଗଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ବହୁ ଦିନରୁ ବନ୍ଦ ହୋଇ ପଡ଼ିଥିବା ତଥା ଝାରସୁଗୁଡ଼ାର ମଧ୍ୟଭାଗରେ ଅବସ୍ଥିତ ବିଟିଏମ ଠାରେ ସ୍ଥାପନ କରିବା ପାଇଁ ଜିଲ୍ଲାର ଶିକ୍ଷାବିତ ମାନେ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହ୍ବାନକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ଏହାର ପ୍ରତିଲିପି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ,ଝାରସୁଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ଓ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ପରିତକ୍ତ ବିଟିଏମ୍ ଠାରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ଏହାର ଉନ୍ନୟନ ସହିତ ଜିଲ୍ଲାରେ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି ହେବାକୁ ଶିକ୍ଷାବିତ ମାନେ ଦାବୀ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଟହଲୁ ସାହୁ, ନରେନ୍ଦ୍ର କୁମାର ପଣ୍ଡା, ଡ. ବିଶ୍ୱଜିତ ଖମାରୀ, ଡ. ସରୋଜ କୁଅଁର, ପ୍ରାଧ୍ୟାପକ ତପନ କୁମାର ବାରିକ,ନବଳ କିଶୋର ଅଗ୍ରୱାଲ ଆଦି ଯୋଗଦାନ କରିଥିଲେ।


0 Comments