ସୁଭଦ୍ରା ଶକ୍ତି ମେଳା ର ଦ୍ଵିତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ସୂର୍ଯ୍ୟଂlଶୁ ଋତ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଡେପୁଟି ସି ଇ ଓ ଓରମାସ ଯୁବରାଜ ସାହୁ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଡି. ପି. ଏମ. ଓ.ଏଲଏମ ଡ଼.ପୁଷ୍ପଶ୍ରୀ ନାୟକ, ସୁରକ୍ଷା ଅଧିକାରୀ ମିନାକ୍ଷୀ ରାଜ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭlରମ୍ଭ କରିଥିଲେ l ଆଜିର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯବାନ କ୍ଳବ -ସମ୍ବଲପୁରୀ ଫୋକ ନୃତ୍ୟ, ବେହେରlମାଲ ଆଶ୍ରମ ସ୍କୁଲ ର ଛାତ୍ରୀ ମାନେ ସମ୍ବଲପୁରୀ, କୋରାପୁଟିଆ ଢେମସା, ପଲ୍ଲଵୀ ଡ୍ୟାନ୍ସ ଗ୍ରୁପ, କରଞ୍ଜିଆ - ମଲଖମ୍ବ, ଦୁର୍ଗା ଗ୍ରୁପ - ପାଇକ ଡ୍ୟାନ୍ସ, ରାଇଜ ଅଫ ଡ୍ୟାନ୍ସ ଏକାଡେମୀ - ଶ୍ରୀ ଜଗନ୍ନାଥ ଙ୍କ ଭଜନ, ଜଷ୍ଟ କୁଇକ ଡ୍ୟାନ୍ସ ଏବଂ ପୁରୁଣା ସମ୍ବଲପୁରୀ ମେଲୋଡି ଆଦି ସଂlସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଉଦଘୋଷକ ରୁପେଶ ସାହୁ, ଏବଂ ଉଦଘୋଷିକା ସ୍ବେଜଲ ପ୍ରଧାନ ଏବଂ ପ୍ରତୀକ୍ଷା ତ୍ରିପାଠୀ ପରିଚାଳନା କରିଥିଲେ l ଝାରସୁଗୁଡା ଜ଼ିଲ୍ଲାପାଳ କୁଣlଲ ମୋତିରାମ ଚୱାଣ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏବଂ ଆୟୋଜକ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ବିଶ୍ୱ ରଞ୍ଜନ ନାୟକ ଙ୍କ ଆବାହକତ୍ବ ରେ ସୁଭଦ୍ରା ଶକ୍ତି ମେଳା ର ଦ୍ଵିତୀୟ ଦିନର ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି l


0 Comments